ବିଜେଡିରୁ ଇସ୍ତଫା ଦେଲେ ବେଲପାହାଡ ପୌରପରିଷଦ ଉପାଧ୍ୟକ୍ଷା ରୀନା ସୁନା ସମେତ ୯ ଜଣ କାଉନସିଲର

ବିଜେଡିରୁ ଇସ୍ତଫା ଦେଲେ ବେଲପାହାଡ ପୌରପରିଷଦ ଉପାଧ୍ୟକ୍ଷା ରୀନା ସୁନା ଓ ବେଲପାହାଡର ୯ ଜଣ କାଉନସିଲର  । ଏହାସହ ଝାରସୁଗୁଡା ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ତୌଷିଫ ଆଲାମ ମଧ୍ୟ ଇସ୍ତଫା ଦେଇଛନ୍ତି  ।  ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇବୁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ।

ଦଳ ଅଣଦେଖା କରିବା ସହ କୌଣସି କାରଣ ନଥାଇ ବେଲପାହାଡ଼ର ବିଜେଡି ନେତା ହିତେଶ ଠକ୍କରଙ୍କୁ ଦଳରୁ ନିଲମ୍ବନ କରାଯାଇଥିବାରୁ ଏହି ସାମୁହିକ ଇସ୍ତଫା ଦିଆଯାଉଥିବା ପ୍ରକାଶ କରିଛନ୍ତି ଉପାଧକ୍ଷା ରୀନା ସୁନା  । ସେହିପରି ୨୦୦ରୁ ଉର୍ଦ୍ଧ୍ବ କର୍ମୀ ମଧ୍ୟ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି ପୌରଉପାଧ୍ୟକ୍ଷା  ।  ଉପାଧ୍ୟକ୍ଷା ଏବଂ କାଉନସିଲର ମାନେ କେବଳ ଦଳରୁ ଇସ୍ତଫା ଦେଇଛନ୍ତି କାଉନସିଲରୁ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି  । ଅନ୍ୟପଟେ ଆଗାମୀ ଦିନରେ ଅନ୍ୟ ଦଳରେ ମିଶିବା ନେଇ ଏବେ କୌଣସି ଯୋଜନା ନଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ।

Leave a comment