ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଘୁପତି ମହାନ୍ତି , ଧରିଲେ ପଦ୍ମ

ପଦ୍ମ ଧରିଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି। ମନମୋହନ ସାମଲଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ବଡମ୍ବା ବିଧାୟକଙ୍କ ନେତୃତ୍ଵରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ସକାଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଏନେଇ ସେ ବିଜେଡି ସୁପିମୋ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳକୁ ଚିଠି ପଠାଇଥିଲେ । ବଡମ୍ବା ବିଧାୟକ ବିଜୟ କୁମାର ଦଳ ବେହେରାଙ୍କର ନେତୃତ୍ୱରେ ଆଜି ଅନେକ ସରପଞ୍ଚ ସମିତିସଭ୍ୟ ବିଜେପିରେ ଯୋଗଦେଇଥିବା ନେଇ ସୂଚନା ରହିଛି। ଗୋଟିଏ ପଟେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ଏହି ସମୟରେ ବିଜେଡିକୁ ଏବଂ ଏହାର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କୁ ଏହି ଝଟକା ଲାଗିଛି ।