ବାପୁଙ୍କ ନେତୃତ୍ୱରେ ଭାରତଛାଡ ଆନ୍ଦୋଳନ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ବାପୁଙ୍କ ନେତୃତ୍ୱରେ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ଆମ ସ୍ୱାଧୀନତା ସଂଗ୍ରାମକୁ ମଜବୁତ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବାପୁଙ୍କ ନେତୃତ୍ୱରେ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ଆମ ସ୍ୱାଧୀନତା ସଂଗ୍ରାମକୁ ମଜବୁତ କରିଥିବା ବ୍ୟକ୍ତିମାନଙ୍କୁ ସ୍ମରଣ କରୁଛି ।”  

“ଭାରତଛାଡ ଆନ୍ଦୋଳନ ପ୍ରାରମ୍ଭ ବେଳେ ମୁମ୍ବାଇ ଠାରେ ମହାତ୍ମା ଗାନ୍ଧିଙ୍କ ଫଟୋ ।”  ( ଉତ୍ସ:ନେହରୁ ସ୍ମାରକୀ ସଂଗ୍ରହ)

“ଅଗଷ୍ଟ ୯ ଆମ ଜାତୀୟ ବିପ୍ଳବର ଜ୍ୱଳନ୍ତ ଉଦାହରଣ ବୋଲି ଲୋକନାୟକ ଜେପି କହିଥିଲେ ।”

“ବାପୁଙ୍କ ପ୍ରେରଣାରେ ଭାରତଛାଡ ଆନ୍ଦୋଳନରେ ଜେପି ଓ ଡଃ ଲୋହିଆଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ସମେତ ସମାଜର ସମସ୍ତ ବର୍ଗର ଲୋକେ ସାମିଲ ହୋଇଥିଲେ ।”