ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି, ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ଦଳରେ ବିଭୀଷଣ ରହିଥିବା ବେଳେ ଆମ ଦଳରେ ମଧ୍ୟ ଏଭଳି କିଛି ତତ୍ତ୍ୱ ଅଛନ୍ତି, ଯେଉଁମାନେ ନିର୍ବାଚନରେ ଆମ ପରାଜୟର କାରଣ । ତେବେ ଆତ୍ମ ସମୀକ୍ଷା ପରେ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କଳ ଏବଂ ଅର୍ଥବଳ ବ୍ୟବହାର ପରେ ଵି ଆମେ ୪୦ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ତଥାପି ଦଳ ଆତ୍ମସମୀକ୍ଷା କରିବ, ପ୍ରତ୍ୟେକ କାରଣକୁ ନେଇ ଦଳୀୟ ଫୋରମରେ ଆଲୋଚନା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।ଜାଣିରଖିବା ଉଚିତ ଯେ, ନୂଆପଡ଼ା ଉପ-ନିର୍ବାଚନ ଫଳାଫଳରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ବିଜେଡି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି । ହେଲେ ତା ପରେ ବି ବିଜେପି ପ୍ରାର୍ଥୀ ଉଭୟ ବିଜେଡି ଆଉ କଂଗ୍ରେସକୁ ବହୁ ପଛରେ ପକାଇ ବିଜୟୀ ହେଇଛନ୍ତି । ଆଉ ନୂଆପଡ଼ାରେ କଂଗ୍ରେସର ଏହି ପରାଜୟ ପରେ, ଭକ୍ତଙ୍କ ଏହି ବିଭୀଷଣ ଉପାଖ୍ୟାନ ଏବେ ଚର୍ଚ୍ଚାରେ ରହିଛି । ସୂଚନାଯୋଗ୍ୟ ଯେ, ନୂଆପଡ଼ାରେ ଗତ ସାଧାରଣ ନିର୍ବାଚନ ବେଳେ ଘାସିରାମ ମାଝୀ ସ୍ୱାଧୀନ ଭାବେ ଠିଆ ହୋଇ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ଏଥର କଂଗ୍ରେସ ଟିକେଟରୁ ଠିଆ ହୋଇଥିଲେ ବି ତାଙ୍କୁ ୪୦ ହଜାର ଭୋଟ୍ ମିଳିଛି । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮ ହଜାର ଭୋଟ୍ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ