ମହାରାଷ୍ଟ୍ର ବିଧାନସଭାର ପ୍ରାରମ୍ଭିକ ଧାରାରେ ଭାଜପା ନେତୃତ୍ୱାଧୀନ ମହାଗଠବନ୍ଧନ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ, ମହାୟୁତି ୨୧୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ଏମଭିଏ ୫୮ ଏବଂ ଅନ୍ୟମାନେ ୧୩ ଆସନରେ ଆଗରେ ଅଛନ୍ତି। ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଂଧ୍ୟା ସାତଟାରେ ଦିଲ୍ଲୀ କାର୍ଯ୍ୟାଳୟରେ ମୋଦି ଧନ୍ୟବାଦ ଭାଷଣ ଦେବେ ।
ମହାରାଷ୍ଟ୍ରରେ ମହାୟୁତିିକୁ ବଡ ସଫଳତାକୁ ନେଇ ବିଜେପି ଉତ୍ସାହିତ ହୋଇଛି । ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ସିନ୍ଦେ ଓ ଫଡନଭିସ । ମେଂଟ ର ପ୍ରଦର୍ଶନ ପାଇଁ ପରସ୍ପରକୁ ଜଣାଇଛନ୍ତି ଅଭିନନ୍ଦନ । ମହାୟୁତିକୁ ଅଦ୍ଭୁତପୂର୍ବକ ବିଜୟ ମିିଳିଛି । ସେହିପରି ଝାଡଖଣ୍ଡରେ ଇଣ୍ଡିଆ ମେଂଟକୁ ବଡ ସଫଳତା ମିଳିଛି । କୁହାଯାଏ ଯେ ନିର୍ବାଚନରେ ହାର ଜିତ ଲାଗି ରହିଥାଏ । କିନ୍ତୁ ଯଦି ବିଜୟ ବୃହତ, ଏବଂ ପରାଜୟ ଲଜ୍ଜାଜନକ ହୁଏ ତେବେ ଏହା ଏକ ବଡ ପ୍ରସଙ୍ଗ ହୋଇଯାଏ ।ଯାହା ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ନିର୍ବାଚନର ଫଳାଫଳରେ ଦେଖିବାକୁ ମିଳିଛି ।
ଲୋକସଭା ନିର୍ବାଚନରେ ଏନଡିଏ ମହାରାଷ୍ଟ୍ରରେ କମ ଆସନ ପାଇଥିଲା । ସେତେବେଳେ ନିରାସଜନକ ଫଳାଫଳ କଂଗ୍ରେସର ମନବଳକୁ ଦୃଢ କରିଥିଲା । କଂଗ୍ରେସକୁ ସର୍ବାଧିକ ୧୩ ସିଟ୍ ମିଳିଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ମାଟି କାମୁଡି ପଡିଲା କଂଗ୍ରେସ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବଡ ପରାଜୟ ମିଳିଛି । ଇଣ୍ଡି ମେଣ୍ଟ ପରାଜିତ ହୋଇଛି ।