ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ

ଗଞ୍ଜାମ ଜିଲ୍ଲା ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଆଜି ରାତିରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ସେ ଭୁବ‌ନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ହେବା ପ୍ରଚାର ହେବା କ୍ଷଣି ପୋଲସରାରେ ଶୋକର ଛାୟା ଖେଳିଯାଇଛି। ୨୦୦୪ରେ ସେ ବିଜେଡିରୁ କୋଦଳା ବିଧାନସଭା ନିର୍ବାଚନମଣ୍ଡଳୀ ଓ ୨୦୦୯ରେ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତାର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ପୋଲସରା ବ୍ଲକ୍ ଘୋଡ଼ାପଲାଣ ଗ୍ରାମରେ ନିରଞ୍ଜନ ଜନ୍ମ ଗ୍ରହଣ କରିଥିଲେ। ବଳି ପ୍ରଧାନ ଓ ଧର୍ମୀ ଦେବୀଙ୍କ ପୁଅ ନିରଞ୍ଜନ ୧୯୫୭ ମସିହାରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଆସିକା ଟେକ୍ନିକାଲ୍ ହାଇସ୍କୁଲ ଓ ପୋଲସରା ଗୋପବନ୍ଧୁ ହାଇସ୍କୁଲ୍‌ରେ ସ୍କୁଲ୍ ଶିକ୍ଷା ସମାପ୍ତ କରିଥିଲେ। ୧୯୭୬ ମସିହାରେ ନର୍ମଦା ପ୍ରଧାନଙ୍କୁ ବିବାହ କରିବା ପରେ ୧୯୭୯ ମସିହାରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ରାଜନୈତିକ ଗୁରୁ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରେରଣାରେ ୧୯୮୦ ମସିହାରେ ଘୋଡ଼ାପଲାଣରୁ ସରପଞ୍ଚ ଭ‌ାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ପୋଲସରା ବ୍ଲକ୍ ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରିଥିଲେ।