ବିଜେପି ସରକାରକୁ ପୁରିଛି ଦେଢବର୍ଷ, ନୂଆପଡା ସରକାରଙ୍କ ପାଇଁ ପ୍ରଥମ ଅଗ୍ନିପରୀକ୍ଷା
ବିଜେପି ସରକାରକୁ ପୁରିଛି ଦେଢବର୍ଷ । ଏହି ଦେଢବର୍ଷରେ ସରକାର ଅନେକ ବାଧାବିଘ୍ନ ଓ ବିବାଦକୁ ଅତିକ୍ରମ କରିଛନ୍ତି । ଲୋକପ୍ରିୟ ଯୋଜନା ଆଣିଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି । ଏବେ ନୂଆପଡା ସରକାରଙ୍କ ପାଇଁ ପ୍ରଥମ ଅଗ୍ନିପରୀକ୍ଷା ହେବାକୁ ଯାଉଛି ।
୨୪ ବର୍ଷର ବିଜେଡି ସରକାରକୁ ଗାଦିରୁ ହଟାଇ ଗତବର୍ଷ ସରକାରକୁ ଆସିଥିଲା ବିଜେଡି । ଇତିମଧ୍ୟରେ ସରକାରୁ ପୁରିଛି ୫ଶହ ଦିନ । ଆଉ ଏହି ସମୟରେ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଜିତିବାରେ ଅନେକ କ୍ଷେତ୍ରରେ ସଫଳ ହୋଇପାରିଛି ନୂଆ ସରକାର । ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ଶିଳ୍ପକ୍ଷେତ୍ରରେ ନୂଆ ପୁଞ୍ଜି ନିବେଶ ଭଳି କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି ସରକାର ।
ବିଜେପି ସରକାର ଉପଲବ୍ଧି
-ସୁଭଦ୍ରା ଯୋଜନା
-ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି
-ରତ୍ନଭଣ୍ଡାର ମରାମତି
-ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା
-ଶିଳ୍ପକ୍ଷେତ୍ରର ପୁଞ୍ଜି ନିବେଶ
୫ ଶହ ଦିନ ସରକାରଙ୍କ କାର୍ଯ୍ୟରେ ଲୋକଙ୍କ ଆଶା ଓ ଆକାଂକ୍ଷା ବଢିଛି । ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ, ନିଗମ ବୋର୍ଡ ପଦବୀ ପୂରଣ ସହ ନିର୍ବାଚନୀ ସଂକଳ୍ପ ପତ୍ରରେ ଥିବା ଅନେକ ପ୍ରତିଶ୍ରୁତି ପୂରଣ କରିବାକୁ ଅଛି । ଅନ୍ୟପଟେ ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ଚାଷୀଙ୍କୁ ସାର ଯୋଗାଇଦେବା, ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି । ତେବେ ନୂଆପଡ଼ା ଉପ ନିର୍ବାଚନ ସରକାରଙ୍କ ପାଇଁ ଲୋକପ୍ରିୟତାର ଅଗ୍ନିପରୀକ୍ଷା ହେବାକୁ ଯାଉଛି । ନୂଆପଡ଼ା ଉପ ନିର୍ବାଚନରେ ସରକାରଙ୍କ ପରୀକ୍ଷା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ସରକାର କିଭଳି ତୃଣମୂଳ ସ୍ଥରରେ ଲୋକଙ୍କ ବିଶ୍ବାସ ଜିତି ପାରିବେ ତାକୁ ହିଁ ଅପେକ୍ଷା ।