ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା
ଦିଲ୍ଲୀରେ ଆପ ପରାଜୟ ପରେ ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ସୂଚନମୁତାବକ, ଆଜି ସକାଳ ୧୧ଟାରେ ରାଜଭବନରେ ଉପରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିବେ । ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପିକୁ ୪୮ ଏବଂ ଆମ୍ ଆଦମି ପାର୍ଟିକୁ ୨୨ ସିଟ୍ ମିଳିଛି।
ଦିଲ୍ଲୀ ଅକ୍ତିଆର କରିଛି ଭାରତୀୟ ଜନତା ପାର୍ଟି । ତେବେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କିଛି ଘୋଷଣା କରାଯାଇଛି । ଆଜି ସନ୍ଧ୍ୟାରେ ଦିଲ୍ଳୀ ବିଜେପି ଅଧ୍ୟକ୍ଷ ସମସ୍ତ ଜିତିଥିବା ବିଧାୟକଙ୍କୁ ସାକ୍ଷାତ କରିବେ । ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ଶପଥ ଉତ୍ସବ କାର୍ଯ୍ୟକ୍ରମ ହେବାର ସମ୍ଭାବନା ରହିଛି।