ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି ବିଜେପି
ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି । ପୂର୍ବରୁ କିଛି ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିସାରିଥିବା ବେଳେ ରବିବାର ଆଉ ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଛି । ଦଳ ପକ୍ଷରୁ ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର, ଗଜପତି ପାଇଁ ନବକିଶୋର ଶବର ଓ ଯାଜପୁର ପାଇଁ ଦେବଯାନୀ ପ୍ରଧାନଙ୍କୁ ସଭାପତି ଭାବେ ନାମ ଘୋଷଣା କରାଯାଇଛି । ସେହିପରି ଝାରସୁଗୁଡ଼ା ପାଇଁ ରଘୁନନ୍ଦନ ପଣ୍ଡା, କନ୍ଧମାଳ ପାଇଁ ପଣ୍ଡିତ କୁମାର ବିସ୍ମାଝୀ, ଖୋର୍ଦ୍ଧା ପାଇଁ ବିଶ୍ବରଞ୍ଜନ ବଡ଼ଜେନା, କୋରାପୁଟ ପାଇଁ ଶିବ ମୁଦୁଲି ଓ ନୟାଗଡ଼ ପାଇଁ ତାପସ ରଞ୍ଜନ ମାର୍ଥାଙ୍କୁ ବିଜେପି ଜିଲ୍ଲା ସଭାପତି କରିଛି ଭାରତୀୟ ଜନତା ପାର୍ଟି ।
ରାଜ୍ୟରେ ବିଜେପିର ମୋଟ ୩୭ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ୩୬ଟିରେ ସଭାପତି ଘୋଷଣା ଶେଷ। ଗୋଟିଏ ମାତ୍ର ସମ୍ବଲପୁର ସାଂଗଠନିକ ଜିଲ୍ଲା ପାଇଁ ବର୍ତ୍ତମାନ ସୁଦ୍ଧା ସଭାପତି ଘୋଷଣା କରାଯାଇନାହିଁ । ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଏହି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ପଦ ଘୋଷଣା ହୋଇନଥିବା ଚର୍ଚ୍ଚା ହେଉଛି। ବିଧାୟକ ଜୟନାରାୟଣ ମିଶ୍ର ଓ ବର୍ତ୍ତମାନର ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ମଧ୍ୟରେ ମନମାଳିନ୍ୟ ରହିଛି। କେବେ ଏହି ସାଂଗଠନିକ ଜିଲ୍ଲା ପାଇଁ ରାଜ୍ୟ ନେତୃତ୍ବ ସଭାପତି ଘୋଷଣା କରୁଛନ୍ତି ତା ଉପରେ ନଜର ରହିଛି ।