ଲୋକସଭାରେ ମୋଦି ସରକାରଙ୍କ ୩ ବିଲକୁ ସମର୍ଥନ ଦେଲା ବିଜେଡି

ଲୋକସଭାରେ ମୋଦି ସରକାରଙ୍କ ୩ ବିଲକୁ ସମର୍ଥନ ଦେଲା ବିଜେଡି । ଲୋକସଭାରେ ନରେନ୍ଦ୍ର ମୋଦି ସରକାରଙ୍କ ୩ଟି ବିଲକୁ ସମର୍ଥନ ଦେବାକୁ ନେଇ କଂଗ୍ରେସ ବିଜେଡିକୁ କଟାକ୍ଷ କରିଛି। ଅପରାଧ ଆଇନ ସହ ଜଡ଼ିତ ଏହି ବିଲଗୁଡ଼ିକ ସପକ୍ଷରେ ବିଜେଡି  ଲୋକସଭାରେ ଯୁକ୍ତି ଉପସ୍ଥାପନ କରିଥିଲା। ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ୍ -୨୦୨୩ , ଭାରତୀୟ ନାଗରିକ ସଂହିତା ସୁରକ୍ଷା ବିଲ୍ -୨୦୨୩ , ଭାରତୀୟ ସାକ୍ଷ୍ୟ ବିଲ୍ -୨୦୨୩ ଉପସ୍ଥାପନ ହୋଇଛି । ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏହି ୩ଟି ବିଲ୍ ଉପରେ ଆଲୋଚନାବେଳେ ବିଲ୍ ସପକ୍ଷରେ ଯୁକ୍ତି ବାଢ଼ି କହିଥିଲେ ଯେ, ଇତିହାସ ସୃଷ୍ଟି ହେବାକୁ ଯାଉଛି । କାରଣ ଅପରାଧିକ ନ୍ୟାୟଶାସ୍ତ୍ର ପାଇଁ ନୂଆ ଆଇନ ପ୍ରଣୟନ ହେବାକୁ ଯାଉଛି । ଉପନିବେଶବାଦ ଶାସନ ସମୟରେ ତିଆରି ହୋଇଥିବା ଏହି ଆଇନଗୁଡ଼ିକ ସୁବ୍ୟବସ୍ଥିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ।