ସୋନିଆ ଗାନ୍ଧୀଙ୍କ ସହ ଜଜ୍ ସୋରେସ ଭାରତ ବିରୋଧୀ କାର୍ଯ୍ୟରେ ଲାଗିଛନ୍ତି: ବିଜେପି

ପୁଣି ବିଜେପି ବଡ଼ ଅଭିଯୋଗ ଆଣିଛି । ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି କଂଗ୍ରେସ ବିଜେପିକୁ ବଦନାମ କରିବା ପାଇଁ ବାହାର ଶକ୍ତି ସହ ବୁଝାମଣା କରିଛି । ଦେଶରେ କଂଗ୍ରେସ ବିରୋଧୀ ଆସନରେ ରହିବାକୁ ଚାହୁଁନାହିଁ । ସରକାରରେ ଆସିବା ପାଇଁ ବିଭ୍ରାନ୍ତି ସୃଷ୍ଟି କରୁଛି ।
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସଙ୍କ ମଧ୍ୟରେ ସଂଯୋଗ ରହିଛି ବୋଲି ବିଜେପି ଅନେକ ଦିନରୁ କହିଆସୁଛି । ଗତକାଲି ସମ୍ବିତ ପାତ୍ର ଏହା ଉପରେ ପ୍ରେସମିଟ୍ କରିଥିଲେ । ବିଜେପିକୁ ବଦନାମ କରିବା ପାଇଁ ଆମେରିକାର କିଛି ଅଧିକାରୀ ଏଥିରେ ଲିପ୍ତ ରହିଥିବା କହିଥିଲେ । ଆମେରିକା ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲା ।
ଆଜି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ବିଜେପିକୁ ସରକାରରୁ ହଟେଇବା ପାଇଁ ସୋନିଆ ଗାନ୍ଧୀଙ୍କ ବନ୍ଧୁ ଜଜ୍ ସୋରେସ ବିଦେଶରେ ରହି ସମସ୍ତ ପ୍ରକାର ସହଯୋଗ କରୁଛନ୍ତି । ତାଙ୍କ ବେପାର ଭାରତରେ ହୋଇପାରୁନାହିଁ । ସେଥିପାଇଁ ସେ ରିତିମତ କଂଗ୍ରେସ ସହ ଏପରି କାମରେ ଲିପ୍ତ ରହିଛନ୍ତି । ଜର୍ଜ ସୋରୋସଙ୍କ ଫାଉଣ୍ଡେସନ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ସୋନିଆ ଗାନ୍ଧୀଙ୍କ ସମ୍ପର୍କ ରହିଛି ବୋଲି ବିଜେପି ଅଭିଯୋଗ ଆଣିଛି। ଶାସକ ଦଳ ଦାବି କରିଛି ଯେ ଜର୍ଜ ସୋରେସଙ୍କ ସଂସ୍ଥାଗୁଡ଼ିକ କଶ୍ମୀରକୁ ଭାରତରୁ ପୃଥକ ବୋଲି ବିବାଦୀୟ ଆଭିମୁଖ୍ୟକୁ ସମର୍ଥନ କରିଥିବା ବେଳେ ସୋନିଆ ଗାନ୍ଧୀ ତାହା ସହ ସଂପର୍କ ରଖିଛନ୍ତି।
ଫୋରମ୍ ଅଫ୍ ଡେମୋକ୍ରାଟିକ୍ ଲିଡର୍ସ ଅଫ୍ ଏସିଆ ପାସିଫିକ୍ (ଏଫ୍ଡିଏଲ୍-ଏପି) ଫାଉଣ୍ଡେସନର ସହ-ସଭାପତି ଭାବରେ ସୋନିଆ ଗାନ୍ଧୀଙ୍କର ସଂପର୍କ ତଦନ୍ତ ସାପେକ୍ଷ । ଏଥିସହ, ଦଳ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଙ୍କୁ ବର୍ଷ ବର୍ଷ ଧରି ଆର୍ଥିକ ସହଯୋଗ କରିଆସୁଛି ସୋରୋସ୍ ଙ୍କ ସଂଯୁକ୍ତ ସଂଗଠନ ।
କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ବିଜେପିର ଅଭିଯୋଗକୁ ଖଣ୍ଡନ କରି ସେମାନଙ୍କୁ ମିଛୁଆ କହି ଟାର୍ଗେଟ କରିଛନ୍ତି । ସମାଜବାଦୀ ପାର୍ଟିର ସାଂଦ ରାମ ଗୋପାଳ ବର୍ମା ମଧ୍ୟ ଏହାକୁ ଅସ୍ବୀକାର କରି କହିଛନ୍ତି ଯେ ବିଜେପିର ଏପରି ଅଭିଯୋଗ ଏକ ନିତିଦିନିଆ କଥା।