ଆଜିଠୁ ଲାଗିବ ବର୍ଷାର ବ୍ରେକ୍‌

ରାଜ୍ୟରେ ବର୍ଷା ଜାରି ରହିଛି । ଏଥିରେ କିନ୍ତୁ ଆଜିଠୁ ଲାଗିବ ବ୍ରେକ୍‌ । କମିବ ବର୍ଷାର ପରିମାଣ । ବର୍ଷାର ପରିମାଣ କମିବା ପରେ ଜାରି ହୋଇଥିବା ୟେଲୋ ୱାର୍ଣ୍ଣିଂକୁ ହଟାଇ ଦିଆଯାଇଛି । ଅବଶ୍ୟ ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।…

ଆଇଟମ୍‌ ଗୀତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ମୀନାକ୍ଷୀ

ପୂର୍ବତନ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରୀ ଏକ ଆଇଟମ୍‌ ଗୀତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଚମତ୍କାର ନୃତ୍ୟ ପରିବେଶଣ କରିଥିବା ଏହି ଅଭିନେତ୍ରୀ ନିକଟରେ ତାଙ୍କର ଆଗ୍ରହ ଓ ବିଶ୍ୱାସକୁ ଶେୟାର କରିଛନ୍ତି। ତାଙ୍କର କୌଣସି ଆଇଟମ ଗୀତ ନ ଥିବାରୁ ସେ ଏକ ଭଲ ଗୀତ କରିବାକୁ ଚାହାନ୍ତି…

ଚାକିରି ଦେବା ନାଁ ରେ ଲୁଟିଲେ ଶିକ୍ଷୟିତ୍ରୀ, ଏବେ ଗଲେ ଜେଲ

ଚାକିରି କରାଇ ଦେବା ନାଁରେ ଅର୍ଥ ତୋଷରପାତ କରି ଜଣେ ଶିକ୍ଷୟିତ୍ରୀଙ୍କୁ ଶେଷରେ ଜେଲ୍‌ ଯିବାକୁ ପଡ଼ିଛି। ଶିକ୍ଷୟିତ୍ରୀ ଜଣଙ୍କ ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବେଳେ ଠକାମିର ଶିକାର ଜଣେ ଯୁବତୀ ଶେଷରେ ଘସିପୁରା ଥାନାରେ ଲିଖିତ ଅଭିଯୋଗ…

ବାହୁଡ଼ାପରଠୁ ରଥରେ ଠାକୁର

ପୂଜକଙ୍କୁ ପାଉଣା ମିଳିଲାନି ବୋଲି ଜଗତର ନାଥ ଜଗନ୍ନାଥ ବଡ଼ଠାକୁର ବାହୁଡ଼ା ପରଠାରୁ ସେମିତି ରଥରେ ରହିଛନ୍ତି। ଏଭଳି ବିଡ଼ମ୍ବନା ଦେଖିବାକୁ ମିଳିଛି ଟାଙ୍ଗୀ ଥାନା ଅଧୀନ ମଙ୍ଗଳାଯୋଡ଼ିରେ। ମଙ୍ଗଳାଯୋଡ଼ିରେ କାହିଁ କେଉଁକାଳରୁ ପତିତପାବନ ମନ୍ଦିର ପ୍ରତିଷ୍ଠା ହୋଇଛି। ବହୁ ବର୍ଷ ହେବ ପାରମ୍ପରିକ…

୧୦ ଲକ୍ଷଙ୍କୁ ମିଳିବ ରୋଜଗାର

ଦେଶରେ ଇ-କମର୍ସ କମ୍ପାନିଙ୍କ ବ୍ୟବସାୟ ବଢ଼ୁଛି। ବିଶେଷକରି ପାର୍ବଣ ସମୟରେ ସେମାନଙ୍କର ବିକ୍ରି ଅନ୍ୟ ସମୟ ତୁଳନାରେ ଅଧିକ ରହିଥାଏ। ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍ବଣ ଋତୁରେ ଇ-କମର୍ସ କମ୍ପାନିଙ୍କ ବ୍ୟବସାୟ ୩୫ ପ୍ରତିଶତ ଅଧିକ ରହିବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେମାନେ…

ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଶହେ ଟଙ୍କାରେ ମିଳୁଛି ୩ କିଲୋ ଆଳୁ

ରାଜ୍ୟରେ ଆଳୁ ସଙ୍କଟ ଭିତରେ ଖାଉଟିଙ୍କ ପାଇଁ ଭଲ ଖବର। ୧୦୦ ଟଙ୍କାରେ ମିଳୁଛି ୩ କିଲୋ ଆଳୁ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି। ଏମାନେ ସରକାରୀ ଖୁଚୁରା ବିକ୍ରୟ…

କେରଳର ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

କେରଳର ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆକାଶମାର୍ଗରୁ ନୀରିକ୍ଷଣ କରିବା ସହ ଭୁସ୍ଖଳନ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୀକ୍ଷା ପରେ କେରଳ ଭୁସ୍ଖଳନ ପୀଡିତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ…

ସଞ୍ଜୟଙ୍କୁ ବଡ ଝଟ୍‌କା

ସଞ୍ଜୟ ପ୍ରଥମ ଥର ପାଇଁ ତାଙ୍କ ଭିସା ବାତିଲ ହେବା ବିଷୟରେ କହିଛନ୍ତି। ନିଜର ଅସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି ଯେ କେହି ଏହା କିପରି କରିପାରିବ? ସେ କହିଛନ୍ତି ଯେ ଆଇନର ସମସ୍ତ ନିୟମ ଏବଂ ଆଦେଶ ପାଳନ କରିଥିଲେ ମଧ୍ୟ ତାଙ୍କ ଭିସା ବାତିଲ ହୋଇଛି।ବଲିଉଡ୍‌ ଅଭିନେତା ଜନ୍ ଆବ୍ରାହମ୍ ଏବଂ…

ସାମସଙ୍ଗ ଗାଲାକ୍ସିର ବମ୍ପର ଅଫର

ସାମସଙ୍ଗ ଗାଲାକ୍ସି ଏସ୨୪ର ଦାମ ୧୨ ହଜାର ଟଙ୍କା ଶସ୍ତା ହୋଇଯାଇଛି । ନିଜର ଫ୍ୟାଗଶିପ ଫୋନ ଉପରେ ସାମସଙ୍ଗ ଏଭଳି ବମ୍ପର ଅଫର ଘୋଷଣା କରିଛି । ଏହି ଫୋନରେ ଗାଲାକ୍ସି ଏଆଇ, ୫୦ଏମପିର ମେନ ଲେନ୍ସ, ୪୦୦୦ଏମଏଏଚର ବ୍ୟାଟେରୀ ଓ ଅନ୍ୟାନ୍ୟ ଫିଚର୍ସ ମିଳୁଛି । ସାମସଙ୍ଗ ପକ୍ଷରୁ ଇଣ୍ଡିପେଣ୍ଡେନ୍ସ ଡେ…

ନିଟ୍‌-ପିଜି ପରୀକ୍ଷା ଘୁଞ୍ଚାଇବାକୁ ମନା କଲେ ସୁପ୍ରିମକୋର୍ଟ

ଆସନ୍ତା ୧୧ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌-ପିଜି ପରୀକ୍ଷା ଘୁଞ୍ଚାଇବାକୁ ଯେଉଁ ଆବେଦନ କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଜେ.ବି.ପାର୍ଦିୱାଲାଙ୍କୁ ନେଇ ଗଠିତ ତିନିଜଣିଆ ପୀଠ…