ଜାଣନ୍ତୁ କେଉଁ ରାଶିର ପରିସ୍ଥିତି ଭଲ ରହିବ

ମେଷ : ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ପାରିବାରିକ ଜୀବନରେ ଟେନ୍‌ସନ କିଛି ମାତ୍ରାରେ କମିଯାଇପାରେ। ପ୍ରତ୍ୟେକ କାମରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ସାମାଜିକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଲାଭ କରି କାମ ହାସଲ କରିପାରିବେ। ବୃଷ :…

ଆଇପିଏଲ ପୂର୍ବରୁ ମହାକାଳଙ୍କୁ ଦର୍ଶନ କଲେ କେଏଲ ରାହୁଲ

IPL ୨୦୨୫ ଆରମ୍ଭ ହେବା ପୂର୍ବରୁ ମହାକାଳଙ୍କ ଶରଣରେ କେଏଲ ରାହୁଲ । ଉଜ୍ଜୈନ ସ୍ଥିତ ମହାକାଳ ମନ୍ଦିରରେ ଦର୍ଶନ ପାଇଁ ପହଞ୍ଚିଛନ୍ତି କେଏଲ ରାହୁଲ । କେଏଲ ରାହୁଲ ମହାକାଳ ମନ୍ଦିରରେ ପହଞ୍ଚି ଚାନ୍ଦି ଦ୍ବାରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ପରେ ଆଶୀର୍ବାଦ ନେଇଛନ୍ତି । ଏଥର କେଏଲ…

ମହାକାଶ ଛାଡି ପୃଥିବୀ ଅଭିମୁଖେ ସୁନୀତା

୯ ମାସ ପରେ ଘରକୁ ଫେରୁଛନ୍ତି ସୁନୀତା । ଆସନ୍ତାକାଲି ପୃଥିବୀରେ ପହଞ୍ଚିବେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶ ବିଜ୍ଞାନୀ ସୁନୀତା ୱିଲିୟମ୍ସ । ସଫଳ ହେଲା ଡ୍ରାଗନ ସ୍ପେଶ୍‌ କ୍ରାଫ୍‌ଟ୍‌ର ଅନଡକିଂ ପ୍ରକ୍ରିୟା । ପୂର୍ବାହ୍ନ ୧୦ଟା ୩୫ ମିନିଟ୍‌ରେ ସରିଲା ଅନଡକିଂ ।ମହାକାଶ ଛାଡି ପୃଥିବୀ…

ଆଜି ସୁନା ଦର ୯୦ ହଜାର ହୋଇଛି

ବିଶ୍ବ ବଜାରରେ ସୁନା ଦର ଦ୍ରୁତ ବେଗରେ ଦୌଡୁଛି। ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ଏହା ସର୍ବକାଳୀନ ସ୍ତରରେ ପହଞ୍ଚି ଯାଇଛି। ୨୦୨୫ ମାର୍ଚ୍ଚ ମାସରେ ସୁନା ଦାମ ୯୦ ହଜାର ପାର ହୋଇଛି । ଗତ କିଛି ଦିନ ମଧ୍ୟରେ ସୁନା ଦାମ୍‌ ରେକର୍ଡ ଭାଙ୍ଗିଛି ।…

ମହାନଦୀରେ ନିର୍ମାଣ ହେବ ୭ ବ୍ୟାରେଜ୍

ଜଳ ଉପଲବ୍ଧତା ଏବଂ ପରିଚାଳନା ବୃଦ୍ଧି ପାଇଁ ମହାନଦୀର ଶାଖା ନଦୀଗୁଡ଼ିକରେ ୭ଟି ନୂତନ ବ୍ୟାରେଜ୍ ନିର୍ମାଣ କରିବାକୁ ଓଡ଼ିଶା ସରକାର ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓଡ଼ିଶାରେ ପାନୀୟ ଜଳ ଯୋଗାଣ ସମ୍ପର୍କିତ ସମସ୍ୟାକୁ ସମାଧାନ କରିବା ସମୟରେ ଏହି ଖବରକୁ ନିଶ୍ଚିତ…

ଆଇଏଏସ୍‌ସ୍ତରରେ ଏକ ଛୋଟ ଅଦଳବଦଳ

ଓଡ଼ିଶା ସରକାର ଆଇଏଏସ୍‌ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ୩ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି।ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକଙ୍କୁ…

6 ବର୍ଷ ନ ହେଲେ ସ୍କୁଲ ମନା

୬ ବର୍ଷ ହେଲେ ସ୍କୁଲ ଯିବେ ପିଲା । ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଜଣେ ପିଲାକୁ ୬ ବର୍ଷ କିମ୍ବା ତା'ଠାରୁ ଅଧିକ ହେବା ଜରୁରୀ । ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ନେଇ ଏହି ନିଷ୍ପତ୍ତି ନିଆଯାଇଛି ।…

ଭାରତୀୟ ଷ୍ଟକ ବଜାର ଲାଗି ଆଜି ଥିଲା ଉତ୍ସାହର ଦିନ,ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ ବୃଦ୍ଧି

ଭାରତୀୟ ଷ୍ଟକ ବଜାର ଲାଗି ଆଜି ଥିଲା ଉତ୍ସାହର ଦିନ । ମଙ୍ଗଳବାର ବିଏସ୍ଇ ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ ହୋଇଛି। ଆଜି ବଜାର…

ପାକିସ୍ତାନ କ୍ରିକେଟରମାନଙ୍କୁ କେହି ପଚାରୁ ନାହାନ୍ତି

 ଲଗାତାର ଖରାପ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ଟିମ । ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ବି ମ୍ୟାଚରେ ନଜିତି ଟୁର୍ଣ୍ଣାମେଣ୍ଟର ଗ୍ରୁପ ଷ୍ଟେଜରୁ ବାଦ ପଡିଥିଲା ପାକ ଦଳ । ନିଜ ଆୟୋଜକ ହୋଇ ଚାମ୍ପିୟନ୍ସ ଟ୍ରଫିରୁ ବାହାର ହେବା ଘଟଣାକୁ ପାକିସ୍ତାନ କ୍ରିକେଟରମାନେ ସହଜରେ ଗ୍ରହଣ…

ଔରଙ୍ଗଜେବ କବର ବିବାଦକୁ ନେଇ ନାଗପୁରରେ ହିଂସା

ମହାରାଷ୍ଟ୍ର ନାଗପୁରରେ ଔରଙ୍ଗଜେବ କବର ବିବାଦକୁ ନେଇ ହିଂସା ଦେଖାଯାଇଛି । ୨ ଗୋଷ୍ଠୀ ଭିଏଚପି ଓ ବଜରଙ୍ଗ ଦଳର ପ୍ରଦର୍ଶନ ପରେ ହିଂସା ବଢିବାରେ ଲାଗିଛି । କାର, ବାଇକ ଓ ଜେସିବି ଜାଳିଦେଇଛନ୍ତି ଉପଦ୍ରବକାରୀ । ପୁଲିସ ଉପରେ ମଧ୍ୟ ଢେଲାପଥର ମାଡ କରାଯାଇଛି । ଯେଉଁଥିରେ ୫୦ ଜଣ…