ସିବିଟି ମୋଡରେ ହେବ ରେଲୱେର ସମସ୍ତ ବିଭାଗୀୟ ଭର୍ତ୍ତି ପରୀକ୍ଷା
ରେଲୱେର ସମସ୍ତ ବିଭାଗୀୟ ଭର୍ତ୍ତି ପରୀକ୍ଷା ଏବେ ସିବିଟି ମୋଡରେ ହେବ । ନିଟ୍ ରେ ବ୍ୟାପକ ତ୍ରୁଟି ପରେ ଏବେ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା, ସଠିକତା ଉପରେ ଜୋର ଦେଇଛି ରେଲୱେ । ଏଣିକି ସମସ୍ତ ବିଭାଗୀୟ ପରୀକ୍ଷା ବର୍ତ୍ତମାନ CBT ବା କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ହେବ । ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ସମସ୍ତ ବିଭାଗୀୟ ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷାରେ ହେବ । ଟ୍ୟାବଲେଟ୍ ଆଧାରିତ ପରୀକ୍ଷା ବ୍ୟବସ୍ଥାକୁ ବିସ୍ତାର କରାଯିବ ।
ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରେଳମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ସମସ୍ତ ବିଭାଗୀୟ ପରୀକ୍ଷା ଏବେ କମ୍ପ୍ୟୁଟର ଆଧାରିତ ପରୀକ୍ଷଣ (CBT) ମାଧ୍ୟମରେ କରାଯିବ । ପରୀକ୍ଷା ପ୍ରକ୍ରିୟାକୁ ଅଧିକ ଦକ୍ଷ ଏବଂ ଆଧୁନିକ କରିବା ପାଇଁ ନିଯୁକ୍ତି ପରୀକ୍ଷାରେ ଯେକୌଣସି ସ୍ଥାନରେ ଟାବଲେଟ୍ ଆଧାରିତ ପରୀକ୍ଷଣ (TBT) ପରିସରକୁ ବିସ୍ତାର କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।