ବିଜୟ ନାୟକ ରାଷ୍ଟ୍ରପତିଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ନିଯୁକ୍ତ

ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ନାୟକ। ପୂର୍ବରୁ ଦ୍ରୌପଦୀ ମୁର୍ମୁ ଓଡିଶାରେ ମନ୍ତ୍ରୀ ଥିଲେ। ଏହି ସମୟରେ ବିଜୟ ନାୟକ ବ୍ୟକ୍ତିଗତ ସଚିବ ଥିଲେ। ଅବସର ଗ୍ରହଣ କରିବା ପରେ ବିଜୟ ନାୟକ ରାଜ୍ୟ ସରକାରଙ୍କ ପାଇଁ

ଅଚିନ୍ତା ସୁଲି ଜିତିଲେ ଗୋଲ୍ଡ ମେଡାଲ

ପୁରୁଷ 73 କିଲୋଗ୍ରାମ ଓଜନ ବର୍ଗ ଫାଇନାଲରେ ଭାରତୀୟ ପୁରୁଷ ଭାରୋତ୍ତୋଳନକାରୀ ଅଚିନ୍ତା ଶୁଲି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। 22 ତମ କମନୱେଲଥ ଗେମ୍ସରେ ଭାରୋତ୍ତୋଳନ ଇଭେଣ୍ଟରେ ଏହା ଭାରତର ଷଷ୍ଠ ପଦକ ଥିଲା । ତେବେ ସେ ଏହି ପଦକକୁ ତାଙ୍କ ଭାଇଙ୍କୁ ଉତ୍ସର୍ଗୀକୃତ କରିଛନ୍ତି । ତାଙ୍କ ଭାଇ

ସଂଜୟ ରାଉତଙ୍କୁ ଗିରଫ କଲା ଇଡି

ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି । ସଞ୍ଜୟଙ୍କ ଭାଇ ସୁନିଲ ଏହି ସୂଚନା ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଗତକାଲି ସକାଳେ ସଞ୍ଜୟଙ୍କ ବାସଭବନରେ ପହଞ୍ଚିବା ସହ ସଞ୍ଜୟଙ୍କୁ ପଚରାଉଚରା କରିଥିଲେ। ଏକ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ

କାଶୀପୁରରେ ପୁଣି ମୁଣ୍ଡ ନେଲା କଲେରା

କାଶୀପୁରରେ ପୁଣି ମୁଣ୍ଡ ନେଲା କଲେରା । ଟିକରପଡା ଗାଁରେ କଲେରାରେ ଜଣେ ପ୍ରାଣ ହରାଇଛନ୍ତି । ଏହା ସହ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ବେସରକାରୀ ଭାବେ ଏହି ସଂଖ୍ୟା ୧୩ ବୋଲି କୁହାଯାଉଛି । ପ୍ରାଣ ହରାଇଥିବା ମହିଳା ୫୫ ବର୍ଷୀୟା ଗୁରୁବାର ଦୋରୀ ବୋଲି ଜଣାଯାଇଛି

ମନି ଲଣ୍ଡ୍ରିଂ ମାମଲାରେ ସଞ୍ଜୟ ରାଉତଙ୍କ ଘରେ ଇଡିି ଟିମ୍

ମନି ଲଣ୍ଡ୍ରିଂ ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟାର୍ଗେଟରେ ଶିବସେନା ସାଂସଦ ସଞ୍ଜୟ ରାଉତ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ପାତ୍ରା ଚୌଲ ଜମି ଘୋଟାଲା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଛନ୍ତି।ମନି ଲଣ୍ଡରିଂ ମାମଲାରେ ପଚରାଉଚରା

ଅଗଷ୍ଟ ୧୩ରୁ ୧୫ ଯାଏଁ ‘ହର ଘର ତ୍ରିରଙ୍ଗା’

ମାସର ଶେଷ ରବିବାରରେ ସାରା ଦେଶ ବାସୀଙ୍କୁ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବାଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗକୁ ସ୍ୱାଧୀନତା ଦିବସ ଥିବାରୁ ଆଜିର ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ।୯୧ ତମ ଏପିସୋଡରେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, ଏଥର ମନ କି ବାତ୍

ଜିମ୍ବାୱେ ଗସ୍ତ ପାଇଁ ଧୱନଙ୍କୁ ଦାୟିତ୍ୱ

ଜିମ୍ବାୱେ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷିତ ହୋଇଛି । ଶିଖର ଧୱନଙ୍କୁ ଟିମ୍‌ର ଦାୟିତ୍ୱ ଦିଆଯାଇଛି । ୱେଷ୍ଟଇଣ୍ଡିଜ ଗସ୍ତରେ ଶିଖର ଧୱନ ଭଲ ନେତୃତ୍ୱ ନେଇଥିବାରୁ ଟିମ୍ ଇଣ୍ଡିଆ ପୁଣି ଥରେ ତାଙ୍କ ଉପରେ ଭରସା କରି ଅଧିନାୟକ ଦାୟିତ୍ୱ ଦେଇଛି । ଟିମ୍‌ରେ ବିରାଟ କୋହଲି ଓ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ବିନା ଲକ୍ଷଣରେ ବାଇଡେନଙ୍କୁ କରୋନା ହୋଇଥିବା ନେଇ ସୂଚନା ଦିଆଯାଇଛି । ହ୍ୱାଇଟ୍‍ ହାଉସର ସୂଚନା ଅନୁଯାୟୀ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଛି । ତେଣୁ ସେ ଆଇସୋଲେସନରେ

ଭାରୋତ୍ତୋଳନରେ ରୌପ୍ୟ ଆଣିଲେ ବିନ୍ଦ୍ୟାରାଣୀ

ଭାରୋତ୍ତୋଳନରେ ଆଉ ଏକ ପଦକ ଜିତିଛି ଭାରତ । ବର୍ମିଂହାମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ତାର ସଫଳତା ଜାରି ରଖିଛି । ପୂର୍ବରୁ ଭାରତ ଏଥିରେ ୩ଟି ପଦକ ଜିତି ସାରିଥିବା ବେଳେ ଗତକାଲି ଭାରତ ତାର ୪ର୍ଥ ପଦକ ହାସଲ କରିଛି । ଭାରୋତ୍ତୋଳିକା ବିନ୍ଦ୍ୟାରାଣୀ ଦେବୀ ୫୫ କି.ଗ୍ରା

୨୦୨୫ ସୁଦ୍ଧା ବନ୍ଦ ହେବ ଭାରତର ୪ଟି ମିଗ୍-୨୧ ସ୍କ୍ୱାର୍ଡନ

ଆଗକୁ ଆଉ ଆକାଶରେ ଉଡିବନି ମିଗ୍-୨୧ ଯୁଦ୍ଧ ବିମାନ । ୨୦୨୫ ସୁଦ୍ଧା ବନ୍ଦ ହେବ ଭାରତୀୟ ବାୟୁସେନାରେ କାର୍ଯ୍ୟକ୍ଷମ ଥିବା ସମସ୍ତ ୪ଟି ମିଗ୍-୨୧ ସ୍କ୍ୱାର୍ଡନ । ମିଗ୍-୨୧ ବଦଳରେ ନୂଆ ଲଢୁଆ ବିମାନ ମୁତୟନ କରାଯିବ । ଆସନ୍ତା ସେପ୍ଟେମ୍ବରରେ ଗୋଟିଏ ସ୍କ୍ୱାର୍ଡନ ବନ୍ଦ ହେବାକୁ ଥିବା ବେଳେ