ମାଗଣା ବ୍ଲୁ ଟିକ୍ ଯୁଗ ଶେଷ
ବିଶିଷ୍ଟ ବ୍ୟକ୍ତି ଓ ଟ୍ବିଟର ବ୍ୟବହାରକାରୀମାନଙ୍କୁ କଂପାନି ନିଜ ଆଡ଼ୁ ବ୍ଲୁ ଟିକ୍ ସେବା ନିଃଶୁଳ୍କ ଥିଲା। ଯେଉଁମାନେ ପେମେଣ୍ଟ୍ କରିନାହାନ୍ତି ସେମାନଙ୍କ ଆକାଉଣ୍ଟ୍ରୁ ବ୍ଲୁକ୍ ଟିକ୍ ଉଭାନ ହୋଇଯାଇଛି।ମାଗଣା ବ୍ଲୁ ଟିକ୍ ଯୁଗ ଶେଷ ହୋଇଛି। ସୋସିଆଲ୍ ମିଡିଆ ଟ୍ବିଟର୍ ଆକାଉଣ୍ଟ୍ରେ ମିଳୁଥିବା ବ୍ଲୁ ଟିକ୍ ଲାଗି ଏବେ ଅର୍ଥ ଗଣିବାକୁ ପଡ଼ିବ। ଏହି କ୍ରମରେ ଗତକାଲି ମଧ୍ୟ ରାତ୍ରିରେ ଟ୍ବିଟର ପକ୍ଷରୁ ବିଶ୍ବବ୍ୟାପୀ ହଜାର ହଜାର ଆକାଉଣ୍ଟ୍ରୁ ବ୍ଲୁ ଟିକ୍ ପ୍ରତ୍ୟାହାର କରାଯାଇଛି। ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ସଲମାନ ଖାନ, , ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଦି ବ୍ଲୁ ଟିକ୍ ହରାଇଛନ୍ତି। କ୍ରିକେଟ୍ ତାରକା ସଚ୍ଚିନ ତେନ୍ଦୁଲକର, ଏମ୍ ଏସ୍ ଧୋନି, ବିରାଟ କୋହଲି, ରୋହିତ ଶର୍ମା ମଧ୍ୟ ବ୍ଲୁ ଟିକ୍ ହରାଇଛନ୍ତି।