ପାରାଦ୍ୱୀପରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ
ପାରାଦୀପ ନୂଆବଜାର ନିକଟରୁ ଚାରିଜଣ ଯୁବକ ଆଶାକର୍ମୀଙ୍କୁ ଅପହରଣ କରି ନେବା ପରେ ଦୁଷ୍କର୍ମ କରିଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି ।
ପୀଡିତାଙ୍କ ଅଭିଯୋଗ ଅନୁସାରେ ଦିନ ୩ଟା ୪ଟା ଭିତରେ ୪ଜଣ ଯୁବକ ଏକ ନାଲି କାରରେ ମହିଳାଙ୍କୁ ଅପହରଣ କରି ନେହେରୁ ବଙ୍ଗଳା ନେଇ ଯାଇଥିଲେ ଏବଂ ସେଠାରେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା । ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଏବେବି ୩ଜଣ ଫେରାର ଅଛନ୍ତି । ପୋଲିସ ମାମଲା ରୁଜୁ କରି ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ାଉ କରିଛି ।