ଆରମ୍ଭ ହୋଇଛି ଭୋଟ୍ ଗଣତି,ବେସୁଦ୍ଧା ପଶ୍ଚିମବଙ୍ଗରେ ବିଜେପି ୬୬ଟି ସିଟରେ ଆଗୁଆ ଥିବା ବେଳେ ଟିଏମସି ୬୩ଟି ସିଟରେ ଆଗୁଆ ରହିଛି

ଆରମ୍ଭ ହୋଇଛି ଭୋଟ୍ ଗଣତି । ପଶ୍ଚିମବଙ୍ଗ ସମେତ ୫ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ୍ ଗଣତି ଜାରି ରହିଛି । ଏହାସହ ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।

ଏବେସୁଦ୍ଧା ପଶ୍ଚିମବଙ୍ଗରେ ବିଜେପି ୬୬ଟି ସିଟରେ ଆଗୁଆ ଥିବା ବେଳେ ଟିଏମସି ୬୩ଟି ସିଟରେ ଆଗୁଆ ରହିଛି । ସେହିପରି ଅନ୍ୟମାନେ ଏଯାଏଁ ଖାତା ଖୋଲିପାରି ନାହାଁନ୍ତି ।

ପଶ୍ଚିମବଙ୍ଗରେ ବିଜେପି ବନାମ ଟିଏମସି

ଏକଜିଟ୍ ପୋଲର ଆକଳନ ଅନୁଯାୟୀ, ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ଏବଂ କିଛି ଏକଜିଟ ପୋଲରେ ଭାଜପା ଆଗୁଆ ରହିଛି, ଯାହା ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବାକୁ ଚାହୁଁଛନ୍ତି। ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୃଢ଼ୋକ୍ତି କରିଛନ୍ତି ଟିଏମସି ବିଜୟୀ ହେବ। ମମତା ନିଜ ବିଜୟ ଏବଂ କ୍ରମାଗତ ଚତୁର୍ଥ ଥର କ୍ଷମତାକୁ ଫେରିବା ନେଇ ଆତ୍ମବିଶ୍ବାସୀ ଅଛନ୍ତି।

Leave a comment