ଆଜି ଆସୁଛନ୍ତି ବିଜେପି ନେତା ସୁନିଲ ବଂଶଲ
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି କିଭଳି ଭଲ ପ୍ରଦର୍ଶନ କରିବ ତାହା ଉପରେ ଆଲୋଚନା ହେବ । ଏଥିପାଇଁ ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ରାଜ୍ୟ ବିଜେପି ନେତାଙ୍କୁ ଜିତିବାର ମନ୍ତ୍ର ଫୁଙ୍କିବେ ବଂଶଲ । ପଦ୍ମପୁରରେ ହାରିବା ପରେ ଦଳର ମନୋବଳ ବୃଦ୍ଧି କରିବା ସହ ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ସୁନିଲ ଓଡ଼ିଶା ଆସୁଛନ୍ତି । ରାଜ୍ୟର ଦଳୀୟ ନେତାଙ୍କ ସହ ଏନେଇ ଆଲୋଚନା କରିବେ । ଦଳକୁ ଆହୁରି କିପରି ମଜବୁତ କରାଯାଇପାରିବ ସେନେଇ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ସୁନିଲ ବଂଶଲ । ଲୋକଙ୍କ ଆସ୍ଥା ଭାଜନ କରିବାକୁ ଦଳ ପକ୍ଷରୁ ପ୍ରୟାସ କରାଯିବ । କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ବିଷୟ କିପରି ସମସ୍ତ ଭୋଟରଙ୍କ ପାଖରେ ପହଁଚିବ ତାହା ଉପରେ ଫୋକସ ରଖିବ ଦଳ । ସେପଟେ ରାଜ୍ୟ ସରକାରଙ୍କ କିପରି ଟକ୍କର ଦିଆଯାଇପାରିବ ତାକୁ ନେଇ ମଧ୍ୟ ଆଲୋଚନା ହେବ ।