ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆର୍ଥ ଆୱର ଇଣ୍ଡିଆ-୨୦୨୩ ପାଇଁ ଗୁଡ୍‌ୱିଲ୍‌ ଆମ୍ବାସଡର୍‌

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆର୍ଥ ଆୱର ଇଣ୍ଡିଆ-୨୦୨୩ ପାଇଁ ‘ଗୁଡ୍‌ୱିଲ୍‌ ଆମ୍ବାସଡର୍‌’ ମନୋନୀତ ହୋଇଛନ୍ତି। ଡବ୍ଲୁଡବ୍ଲୁଏଫ୍‌ ଇଣ୍ଡିଆ ପକ୍ଷରୁ ଶନିବାର ଦିନ ଏହି ଘୋଷଣା କରାଯାଇଛି। ଶ୍ରୀ ପଟ୍ଟନାୟକଙ୍କ ସହ ଜଣାଶୁଣା ସେଫ୍‌ ରଣବୀର ବ୍ରାର ଓ ମ୍ୟୁଜିସିଆନ୍‌ ନକାଶ ଅଜିଜ୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ଭାବେ ମନୋନୀତ ହୋଇଛନ୍ତି।  ଗୁଡ୍‌ୱିଲ୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ଭାବେ ସେ ଓ ଅନ୍ୟ ଦୁଇ ଜଣାଶୁଣା ବ୍ୟକ୍ତିତ୍ବ ଗ୍ରହମାନକୁ କ୍ଷତି ପହଞ୍ଚାଉଥିବା ଅଦରକାରୀ ଆଲୋକ ବନ୍ଦ କରିବା ଉପରେ ଦେଶବ୍ୟାପୀ ପ୍ରଚାର କରିବା ସହ ଜନସଚେତନତା ସୃଷ୍ଟି କରିବେ। ଗ୍ରହର ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ ଓ ଉତ୍ସାହିତ କରିବେ।