ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବ୍ସାଇଟ୍ ଉନ୍ମୋଚିତ
ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ସମୟ ପାଖେଇ ଆସୁଛି। ଏହି ଭବ୍ୟ ମହୋତ୍ସବ ଆସନ୍ତା ଜାନୁଆରି ୮ ତାରିଖରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସ ପାଇଁ ମଙ୍ଗଳବାର ନୂଆଦିଲ୍ଲୀର ଜବାହରଲାଲ ନେହରୁ ଭବନସ୍ଥିତ ସିବି ମୁଥାମା ହଲ୍ରେ ୱେବ୍ସାଇଟ୍ ଉନ୍ମୋଚିତ ହୋଇଯାଇଛି। ଏହାକୁ ମିଳିତ ଭାବେ ବିଦେଶ ବ୍ୟାପର ମନ୍ତ୍ରୀ ସୁବ୍ରବଣ୍ୟମ୍ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି।
ତିନି ଦିନିଆ ଏହି ସମାରୋହ ଜାନୁଆରି ୧୦ ତାରିଖ ଯାଏଁ ଚାଲିବ। ସମାରୋହ ପାଇଁ ବୈଦେଶିକ ମନ୍ତ୍ରାଳୟର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ବିଭିନ୍ନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ। ଦେଶର ଯୁବପିଢ଼ୀଙ୍କୁ ପ୍ରବାସୀ ଭାରତୀୟଙ୍କ ସହ ସଂଯୋଗ କରିବା ମୂଳ ଲକ୍ଷ୍ୟ ରଖାଯାଇଛି।