ବାତ୍ୟା ‘ମୋକା’ ଆସୁଛି

ନୂଆଦିଲ୍ଲୀ: – ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’ ।  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଲା ।  ଏବେ ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି ‘ମୋକା’  ।  ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିିଛି ।  ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୭୫ କିମି ରହିବ ବୋଲି ସୂଚନା ମିଳିଛି । ଗତ ୬ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ବାତ୍ୟା ‘ମୋକା’  ଆହୁରି ଘନୀଭୂତ ହୋଇ ‘ଅତି ଉଗ୍ର ସାମୁଦ୍ରିକ’ ବାତ୍ୟାରେ ପାଲଟିଛି । ସ୍ଥଳରଭାଗରୁ ଦେଖିଲେ, ପୋର୍ଟ ବ୍ଲେୟାର୍‌ର ପଶ୍ଚିମ-ଉତ୍ତରପଶ୍ଚିମରୁ ୫୨୦ କିଲୋମିଟର୍‌ ଦୂରରେ କେନ୍ଦ୍ରିଭୂତ ହୋଇଛି ।