କେରଳମ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ,ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ

କେରଳମ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଭି.ଡି. ସତୀଶନ । ଭିଡି ସତୀଶନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ୧୦ ବର୍ଷ ପରେ କେରଳରେ ଫେରିଲା ୟୁଡିଏଫ୍ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ସମତେ କଂଗ୍ରେସ ଅନେକ ବରିଷ୍ଠ ନେତା ସାମିଲ ରହିଛନ୍ତି ।

ଦୀର୍ଘ ଏକ ଦଶନ୍ଧି ଧରି ଚାଲିଥିବା ବାମପନ୍ଥୀ ଶାସନର ଅନ୍ତ ଘଟାଇ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ହାତରେ କେରଳର କାର୍ଯ୍ୟଭାର । ତାଙ୍କ ସହ ଶପଥ ଗ୍ରହଣ କରୁଛନ୍ତି ୨୦ ମନ୍ତ୍ରୀ । ତିରୁଅନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ମେଗା ଶପଥ ଗ୍ରହଣ ଉତ୍ସବ । ଏହି ଶପଥ ଗ୍ରହଣ ଉତ୍ସବରେ ତେଲଙ୍ଗାନା, କର୍ଣ୍ଣାଟକ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି । କିନ୍ତୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନାହାନ୍ତି ।

Leave a comment