ଜ୍ଞାନବାପୀ ମସଜିଦ ଉପରେ ଶୁଣାଣି ଚାଲିବ

ଜ୍ଞାନବାପୀ ମସଜିଦ ମାମଲାକୁ ନେଇ ବାରଣାସୀ ଜିଲ୍ଲା ଜଜ୍ ବଡ଼ ରାୟ ଶୁଣାଇଛନ୍ତି । ଜିଲ୍ଲା ଜଜ୍ ଏକେ ବିଶ୍ବେଶ କହିଛନ୍ତି ମାମଲାକୁ ବନ୍ଦ କରାଯିବନି ଏବଂ ଶୁଣାଣି ଚାଲିବ । ଜ୍ଞାନବାପୀ ଶୃଙ୍ଗାର ଗୈାରୀ ପୂଜା ପାଇଁ ଚାଲିଥିବା ଆବେଦନ ବେଳେ ଏପରି କୋର୍ଟ କହିଛନ୍ତି । ଏହି ରାୟ ପରେ ମହିଳାମାନେ ପୂଜା କରିବା ନେଇ ଅନେକ ଦିନରୁ ଯେଉଁ ଦାବି କରିଆସୁଥିଲେ ତାହା ଆଗାମୀ ଦିନରେ ପୂରଣ ହେବ କହି ଖୁସି ମନାଇଛନ୍ତି ।

ମୁସଲିମ ପକ୍ଷ ଏହି ଶୁଣାଣି ଯୋଗ୍ୟ ନୁହେଁ ବୋଲି କୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ଅଗାମୀ ଶୁଣାଣି ସେପ୍ଟେମ୍ବର 22 ତାରିଖକୁ ଧାର୍ଯ୍ୟ ହୋଇଛି ।