ପହଲଗାମରେ ଆତଙ୍କବାଦୀ ଆକ୍ରମଣର ସବୁଠାରୁ ଡରାଇଲା ଭଳି ଭିଡିଓ ସାମ୍ନାକୁ ଆସିଛି

ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ   ପରେ ପୁରା ଦେଶରେ ପାକିସ୍ତାନ ବିରୋଧରେ ନିଆଁ ଜଳୁଛି । ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ।  ଏବେ ଏହି ଆକ୍ରମଣର ସବୁଠାରୁ ଡରାଇଲା ଭଳି ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଜଣେ ପର୍ଯ୍ୟଟକ ଜିପ ଲାଇନର ମଜା ନେଉଥିବା ଦେଖିବାକୁ ମିଳିଥିଲା । ଆଉ ତାଙ୍କ ପଛପଟେ ଆତଙ୍କବାଦୀଙ୍କ ଗୁଳି ଚାଲିଛି  । ଆଉ ଏହି ପର୍ଯ୍ୟଟକଙ୍କୁ ଗୁଳିକାଣ୍ଡ ବିଷୟରେ କିଛି ଜଣାପଡୁନାହିଁ । ସଂପୃକ୍ତ ପର୍ଯ୍ୟଟକ ହସି ହସି ଭିଡିଓ ବନାଉଛନ୍ତି । ଏହି ଭିଡିଓରେ ଲୋକମାନେ ଭୟରେ ଧାଉଁଥିବା ଚିତ୍ର କଏଦ ହୋଇଛି  ଓ ଚିତ୍କାର କରୁଥିବାର ଶଦ୍ଦ ଶୁଣିବାକୁ ମିଳୁଛି  ।  ତଳେ କଣ ଚାଲିଛି ତାହା ପର୍ଯ୍ୟଟକଙ୍କୁ ଜଣାପଡୁନାହିଁ  ।  ଭିଡିଓକୁ ଦେଖିଲେ ଜଣାପଡୁଛି, ଆତଙ୍କବାଦୀମାନେ ଗୁଳିରେ ଜଣେ ପର୍ଯ୍ୟଟକ ଟଳିପଡିଛନ୍ତି ।   ଏହି ଭିଡିଓ ୨୨ ଏପ୍ରିଲର  ।  ଏହି ସମୟରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳିମାଡ କରୁଛନ୍ତି  ।

Leave a comment