କଳାହାଣ୍ଡିର ପରିବା ଚାଷକୁ ଫସବୁଜ କ୍ରାନ୍ତି’ର ଆଖ୍ୟା ଦେଲେ ପ୍ରଧାନମନ୍ତ୍ରୀ
ବର୍ଷର ଶେଷ ମନ କି ବାତ । ୧୧୭ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ମନର କଥା । ୨୦୨୪ ବର୍ଷର ଶେଷ ମନ୍ କି ବାତ୍ରେ କଳାହାଣ୍ଡି ଚାଷୀଙ୍କ ଉଦାହରଣ ଦେଇଛନ୍ତି ମୋଦୀ । କଳାହାଣ୍ଡିର ଗୋଲାମୁଣ୍ଡାର ପରିବା ଚାଷ କଥା କହିଲେ ପ୍ରଧାନମନ୍ତ୍ରୀ । କଳାହାଣ୍ଡିର ପରିବା ଚାଷକୁ ଫସବୁଜ କ୍ରାନ୍ତି’ର ଆଖ୍ୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ । କଳାହାଣ୍ଡିର ଫସବୁଜ କ୍ରାନ୍ତି’ରୁ ଶକ୍ତି ମିଳୁଛି ।
କଳାହାଣ୍ଡିର ଚାଷୀମାନେ ଲଗାତାର ସଫଳ ହେଉଛନ୍ତି । କଳାହାଣ୍ଡିର ଚାଷ ଶିଖାଉଛି- ସାମୂହିକ ପ୍ରୟାସ ଦ୍ବାରା ସବୁ କିଛି ସମ୍ଭବ। କଳାହାଣ୍ଡିର ଚାଷ ଶିଖାଉଛି- ଛୋଟ ଏକ ପ୍ରୟାସରୁ ବଡ଼ ସଂକଳ୍ପ ସମ୍ଭବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଦେଶର ସମ୍ବିଧାନକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଆସନ୍ତା ଜାନୁଆରୀ ୨୬ ତାରିଖରେ ଦେଶର ସମ୍ବିଧାନ ପ୍ରଣୟନ ହେବାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହାକୁ ନେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବିଧାନ ସମ୍ପର୍କରେ ଏକ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି ମୋଦୀ । ଏହାସହ କୁମ୍ଭଯାତ୍ରାର ମାହାତ୍ମ୍ୟ ବିଷୟରେ ମଧ୍ୟ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ।