ବୈଠକର ନିଷ୍ପତ୍ତି ବିଷୟରେ ସୂଚନା ଦେଇ ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି ଯେ ଭାରତୀୟ ରେଳବାଇ ସହିତ ଜଡିତ ଅନେକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ଏବଂ ଚାରୋଟି ନୂତନ ରେଳ ଲାଇନକୁ ଅନୁମୋଦନ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ରେଳ ଲାଇନଗୁଡ଼ିକ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ୧୩ଟି ଜିଲ୍ଲାକୁ କଭର କରିବ ଏବଂ ଯାହା ଫଳରେ କି ଦେଶର ରେଳ ନେଟଓ୍ୱର୍କ ୫୭୪ କିଲୋମିଟର ବୃଦ୍ଧି ପାଇବ।