ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
୯ ରାଜ୍ୟ ଏବଂ ୩ କେନ୍ଦ୍ରଶାସିତ ଅଞ୍ଚଳରେ ଆଜିଠାରୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ଭୋଟର ତାଲିକାରେ ସ୍ବଚ୍ଛତା ଆଣିବାପାଇଁ ନିର୍ବାଚନ କମିସନ୍ ଆରମ୍ଭ କରିଥିବା ଏହି ଏସ୍ଆଇଆର ନିକଟରେ ବିହାରରେ ଫଳପ୍ରଦ ଭାବେ ଶେଷ ହୋଇଛି । ବିହାର ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର, ଲାକ୍ଷାଦ୍ବୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପୁଡ଼ୁଚେରୀ, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏସ୍ଆଇଆର ଆରମ୍ଭ ହେବ ।
ଏହି ରାଜ୍ୟ ଗୁଡ଼ିକ ମଧ୍ୟରୁ ତାମିଲନାଡ଼ୁ, ପୁଡ଼ୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ୨୦୨୬ରେ ଭୋଟ୍ ଗ୍ରହଣ ହେବ । ଆସାମରେ ମଧ୍ୟ ୨୦୨୬ରେ ଭୋଟ୍ ହେବ। ଉକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ୫୧ କୋଟି ଭୋଟରଙ୍କ ସହ ୨୦୨୬ ଫେବ୍ରୁଆରି ୭ ତାରିଖରେ ଏସ୍ଆଇଆର ଶେଷ ହେବ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ଡିସେମ୍ବର ୯ ତାରିଖରେ ଚିଠା ଇଲେକ୍ଟୋରାଲ ରୋଲ୍ ଜାରି ହେବ ।