ଆଧାର ନାଗରିକତାର ନିର୍ଣ୍ଣାୟକ ପ୍ରମାଣପତ୍ର ବୋଲି ସ୍ବୀକାର କରାଯାଇପାରିବ ନାହିଁ – ସୁପ୍ରିମକୋର୍ଟ
ବିହାରରେ ହୋଇଥିବା ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ (ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଏସଆଇଆରକୁ ନେଇ ନିର୍ବାଚନ କମିସନଙ୍କ ଆଭିମୁଖ୍ୟକୁ ଠିକ ବୋଲି କହିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଧାର ଭାରତର ନାଗରିକତାର ଏକ ନିର୍ଣ୍ଣାୟକ ପ୍ରମାଣପତ୍ର ବୋଲି ସ୍ବୀକାର କରାଯାଇପାରିବ ନାହିଁ। ଏହି ପରିଚୟପତ୍ରକୁ ଯାଞ୍ଚ କରିବାକୁ ହେବ । ସୁପ୍ରିମକୋର୍ଟଙ୍କ ଏହି ରାୟ ଫଳରେ ବିରୋଧୀ ଦଳମାନଙ୍କୁ ଏକ ବଡ଼ ଧକ୍କା ଲାଗିଛି ଓ ନିର୍ବାଚନ କମିସନ ଆଶ୍ବସ୍ତ ହୋଇଛନ୍ତି।