ଦୁର୍ନୀତି ବିରୋଧରେ ପାଇଲଟଙ୍କ ୫ ଦିନିଆ ଯାତ୍ରା ଆରମ୍ଭ

ଜୟପୁର: ରାଜସ୍ଥାନରେ ପୁଣି କ୍ଷମତାକୁ ନେଇ କଳି ।  ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପୁଣି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ  ଅଜମେରରୁ ୫ ଦିନିଆ ‘ଜନ ସଂଘର୍ଷ ଯାତ୍ରା’ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ସେ କହିଛନ୍ତି । ବିଭିନ୍ନ ସରକାରୀ ଚାକିରି ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ହେଉଥିବା ସେ ଅଭିଯୋଗ କରିଛନ୍ତି ।  ସରକାରୀ ଯୋଜନାଗୁଡ଼ିକରେ ଦୁର୍ନୀତିକୁ ସେ ଗ୍ରହଣ କରିପାରିବେ ନାହିଁ ବୋଲି କହିଛନ୍ତି । ନିଜ ସରକାର ବିରୋଧରେ ‌ ପାଇଲଟଙ୍କର ଏହି ଯାତ୍ରା କଂଗ୍ରେସ ଦଳର ଅଡ଼ୁଆ ବଢ଼ାଇଛି।