କେଦାରନାଥରେ ୩ ଦିନ ପାଇଁ ଯାତ୍ରା ବନ୍ଦ

କେଦାରନାଥରେ ୩ ଦିନ ପାଇଁ ଯାତ୍ରା ବନ୍ଦ । ଗଙ୍ଗୋତ୍ରୀ, ଯମୁନୋତ୍ରୀରେ ପାହାଡ଼ ଉପରେ ବରଫ ବର୍ଷା ହେଉଛି । ଫଳରେ ପାହାଡ଼ି ଇଲାକୁ ପୁଣି ଶୀତ ଫେରିଛି|  ପାଗ ଅନୁକୂଳ ନଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଓ ପ୍ରତିକୂଳ ପାଗ ଯୋଗୁ ଆସନ୍ତା ତିନି ତାରିଖ ଯାଏଁ ବାବା କେଦାରନାଥଙ୍କ ଯାତ୍ରା ଉପରେ ରୋକ ଲଗାଇ ଦିଆଯାଇଛି । ରେଜିଷ୍ଟ୍ରେସନ କାଉଣ୍ଟରରେ ପ୍ରବଳ ଭିଡ ଯୋଗୁ ଏଥିରେ ରୋକ ଲଗାଯାଇଛି ବୋଲି ଋଷିକେଶ ଟ୍ରାନଜିଟ କ୍ୟାମ୍ପ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।