ପ୍ରଥମଥର ପାଇଁ ଆସନ୍ତାକାଲି ନୟାଗଡ଼ ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ଆସନ୍ତାକାଲି ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ସହ ବିଶ୍ୱାବସୁ ପୀଠ କାଳିଆ ପଲ୍ଲୀଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ମହାମହିମ | ଆୟୋଜିତ ସାଧାରଣ ସଭାରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ଗଣ ଶିକ୍ଷାମନ୍ତ୍ରୀ, ବାଚସ୍ପତି ଏବଂ ସ୍ଥାନୀୟ ବିଧାୟକଙ୍କ ସହ ଭାରତୀୟ ବିଶ୍ଵାବସୁ ଶବର ସମାଜ ପ୍ରତିଷ୍ଠାନର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୦ ପ୍ଲାଟୁନ ଫୋର୍ସ ମୁତୟନ ସହ ୬ ଜଣ ଏସପି ରାଙ୍କର ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ଦାୟିତ୍ଵ ଦିଆଯାଇଛି ।
ଅପରାହ୍ନ ୧.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପହଁଚିବେ । ସେଠାରୁ ସ୍ବତନ୍ତ୍ର ବିମାନରେ କଣ୍ଟିଲୋ ଯାଇ ଅପରାହ୍ନ ୩ ଟା ୧୫ ରେ କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ । ଅପରାହ୍ନ ୩ ଟା ୪୫ରେ ଭାରତୀୟ ବିଶ୍ବାବସୁ ଶବର ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ | ପରେ ଅପରାହ୍ନ ୫ ଟା ୩୫ରେ ବିମାନ ଯୋଗେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି
ପଶ୍ଚିମଦ୍ୱାର ଦେଇ ପ୍ରଭୂ ନୀଳମାଧବଙ୍କ ଦର୍ଶନ କରିବେ ମହାମହିମ । ସେଥିପାଇଁ ମନ୍ଦିରରେ ରଙ୍ଗ ଦିଆଯାଇଛି । ପଶ୍ଚିମ ଦ୍ୱାର ସଂଲଗ୍ନ ରାସ୍ତାକୁ ନୂଆ ରୂପ ଦିଆଯାଉଛି । ଲିଫ୍ଟକୁ କାର୍ଯ୍ୟକ୍ଷମ କରାଯାଇଛି । ସେବାୟତଙ୍କ ନିମନ୍ତ୍ରଣ ରକ୍ଷା କରି ରଷ୍ଟ୍ରପତି ପ୍ରଥମଥର ପାଇଁ ନୀଳମାଧବଙ୍କ ଦର୍ଶନ ପାଇଁ ଆସୁଥିବାରୁ ମନ୍ଦିର ପୂଜକ ସମାଜ ଉତ୍ସାହିତ ଅଛନ୍ତି ।