ପ୍ରଧାନମନ୍ତ୍ରୀ ୯୧ ଏଫ୍‌ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ଉଦ୍‌ଘାଟନ କାର୍ଯ୍ୟ ସମ୍ପାଦିତ ହେବ । ଉଦ୍‌ଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ୍ ଟ୍ରାନ୍ସମିଟରର କ୍ଷମତା 100W । ଏସବୁ ଏଫ୍‌ଏମ୍ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଲେ ଦେଶରେ ରେଡିଓ ଯୋଗାଯୋଗ ସୁବିଧା ବଢିବ । ଯେଉଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନୂଆ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେବ ସେସବୁ ହେଲା ଓଡିଶା, ବିହାର, ଝାଡଖଣ୍ଡ,  ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, କେରଳ, ତେଲଙ୍ଗାନା, ଛତିଶଗଡ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ ଓ ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜ । ଏହି ସମ୍ପ୍ରସାରଣ ସହିତ ଆକାଶବାଣୀର ଏଫ୍‌ଏମ୍ ସେବା ଅଧିକ ଦୁଇକୋଟି ଲୋକ ପାଇବେ । ଆଗରୁ ସେମାନଙ୍କୁ ରେଡିଓ ସେବା ମିଳୁ ନ ଥିଲା ।  ନୂଆ ଏଫ.ଏମ୍ ଟ୍ରାନ୍ସମିଟର ଗୁଡିକ ଅତିରିକ୍ତ୩୫ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପ୍ରସାରିତ କରିପାରିବେ ।