ସୋନମାର୍ଗ ଟନେଲର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଏଣିକି ଉପକୃତ ହେବେ ଲଦାଖବାସୀ । ଆଉ ଯାତାୟତରେ ହେବନାହିଁ ଅସୁବିଧା । ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ । ବିଶେଷ କରି ଭାରତୀୟ ସେନା ଉପକୃତ ହେବେ ।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁକାଶ୍ମୀରରେ ଜେଡ୍ ମୋଡ୍ ବା ସୋନମାର୍ଗ ଟନେଲର ଉଦ୍‌ଘାଟନ କରିଛନ୍ତି । ୨୭ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ସାଢେ ୬ କିଲୋମିଟର ଲମ୍ବ ଟନେଲର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଜେଡ୍ ମୋଡ୍ ଟନେଲ ଗଗନଗିରିରୁ ସୋନମାର୍ଗ ପର୍ଯ୍ୟନ୍ତ ରହିଛି ।

ଟନେଲରୁ କ’ଣ ମିଳିବ ଲାଭ?
– ଶ୍ରୀନଗର ଓ ଲଦାଖ ମଧ୍ୟରେ ଅଲୱେଦର କନେକ୍ଟିଭିଟି ସହଜ ହେବ
– ସୋନମାର୍ଗ ଟନେଲ ଲଦାଖକୁ ସବୁ ଋତୁରେ ଯୋଡ଼ିବ

– ଲଦାଖକୁ ଯିବା ପାଇଁ ପାହାଡିଆ ଅଞ୍ଚଳ ଦେଇ ବୁଲିବୁଲି ଯିବାକୁ ଅଧିକ ସମୟ ଲାଗିବନି
– ହୋଟେଲ, ପରିବହନ, ରେଷ୍ଟୁରାଣ୍ଟ ସହିତ ସ୍ଥାନୀୟ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବ

– ଦେଢ ଘଣ୍ଟାର ଯାତ୍ରା ମାତ୍ର ୪୦ ମିନିଟ୍‌ରେ ସମ୍ଭବ ହୋଇପାରିବ
– ସମୟ ଓ ଇନ୍ଧନ ସୁରକ୍ଷା ସହ ଲଜିଷ୍ଟିକ୍ ନିବେଶରେ ହ୍ରାସ ହେବ
– ସ୍ଥାନୀୟ କୃଷି ଉତ୍ପାଦନ ବଡ଼ ବଜାରରେ ପହଞ୍ଚିପାରିବ
– କେଶର, ସେଓ, ଅଖରୋଟ୍, ଚେରୀ ଆଦି ବଡ଼ ବଜାରରେ ପହଞ୍ଚିବ