ପିଡିଏସ୍ରେ ମିଳିବନି ଗହମ
ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଅର୍ଥାତ ୧ ଲକ୍ଷ ୬୦ ହଜାର ମେଟ୍ରିକ ଟନ ଏବଂ ୧୪ ପ୍ରତିଶତ ଅର୍ଥାତ ୩୦ ହଜାର ମେଟ୍ରିକ ଟନ ଗହମ ଯୋଗାଣ ହୁଏ।ଗତବର୍ଷ ଜୁନ ମାସରୁ ୧୦ ମାସ ପର୍ଯ୍ୟନ୍ତ ପିଡିଏସରେ ଗହମ ବନ୍ଦ କରି ଦେଇଥିଲା କେନ୍ଦ୍ର ସରକାର। ଯାହା ଜୁନ ୨୩ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଅର୍ଥାତ ଜୁଲାଇ ମାସ ପର୍ଯ୍ୟନ୍ତ ପିଡିଏସରେ ଗହମ ମିଳିବ ନାହିଁ। ପୂର୍ବରୁ ଅଭାବ ଯୋଗୁଁ ଗହମ ମିଳୁନଥିଲା। ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅନୁରୋଧରେ ୩୦ ହଜାର ମେଟ୍ରିକ ଟନ ଗହମ ବଦଳରେ ଚାଉଳ ପ୍ରଦାନ କରାଯାଉଥିବା ନେଇ ଏଫସିଆଇ ପକ୍ଷରୁ ସୂଚନା ଦିଆଯାଇଛି।