ପାଲଘର ସାଧୁ ହତ୍ୟା ଘଟଣାର ତଦନ୍ତ କରିବ ସିବିଆଇ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଦୁଇ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କୁ ହତ୍ୟା ଘଟଣାର  ତଦନ୍ତ  ସିବିଆଇ କରିବ ।  ୨୦୨୦ ମସିହାରେ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର ଦାବିରେ ଦୁଇଟି ଆବେଦନ ବିଚାରାଧୀନ ଥିଲା। ତେବେ ଉଦ୍ଧବ ଠାକରେ ସରକାର ଏହାକୁ ବିରୋଧ କରିଥିଲେ। ବର୍ତ୍ତମାନ ନୂତନ ସିନ୍ଦେ ସରକାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ କହିଛନ୍ତି। ଏପ୍ରିଲ ୧୬, ୨୦୨୦ରେ ୭୨ ବର୍ଷୀୟ ସନ୍ଥ ମହାରାଜ କଳ୍ପବୃକ୍ଷ ଗିରି ଏବଂ ୩୫ ବର୍ଷୀୟ ସୁଶୀଲ ଗିରି ମହାରାଜ ନିଜ ଗୁରୁଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ମୁମ୍ବାଇରୁ ସୁରଟକୁ ଯାଉଥିଲେ। ସେତେବେଳେ ତାଙ୍କ କାରକୁ କିଛି ଲୋକ ଆକ୍ରମଣ କରିଥିଲେ । ଏପରିିକି ପୋଲିସ ଉପସ୍ଥିତିରେ ସେମାନଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସାଧୁସନ୍ଥମାନେ ସିବିଆଇ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡଦେବା ପାଇଁ ଦାବି କରିଆସୁଥିଲେ । ଏନେଇ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ମଧ୍ୟ କରାଯାଉଥିଲା ।