ସାରାରାତି ଏଲଓସିରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା
ପହଲଗାମ ଆତଙ୍କୀ ହମଲା ପରେ ସାରା ଦେଶରେ ତୀବ୍ର ଅସନ୍ତୋଷ ଜାରି ରହିଥିବା ବେଳେ ଆତଙ୍କବାଦୀ ଏବଂ ପାକିସ୍ତାନ ଉପରେ ରକ୍ତ ଚାଉଳ ଚୋବାଉଛନ୍ତି ଦେଶବାସୀ । ଯବାନମାନେ ଆତଙ୍କୀଙ୍କୁ ମାରି ବଦଲା ନେବାକୁ ପ୍ରସ୍ତୁତ ଅଛନ୍ତି । ନିର୍ଦ୍ଦେଶ ମିଳିଲେ ହିଁ ଶତ୍ରୁଙ୍କ ଛାତି ଚିରି ଦେବାକୁ ପ୍ରସ୍ତୁତ ସୁରକ୍ଷାକର୍ମୀ । ଆଉ ଏତିକି ବେଳେ ଗୁଳି ବିନିମୟ କରି ଉସୁକାଇଛି ପାକିସ୍ତାନ ।
ସାରାରାତି ଏଲଓସିରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା ରହିଛି । ଭାରତ – ପାକିସ୍ତାନ ସୀମାରେ ଆରମ୍ଭ ହୋଇଯାଇଛି ଗୁଳିବିନିମୟ । ରାତି ସାରା ଫାୟାରିଂ ଚାଲିଥିବା ବେଳେ ପ୍ରଥମେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା ଆକ୍ସନ ପରେ ଛାନିଆ ହୋଇ ପଡିଛି ପଡୋଶୀ । ତେଣୁ ଭୟରେ ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ ।
ତେବେ ଛୋଟ ଅସ୍ତ୍ର ସାହାଯ୍ୟରେ ପାକ୍ ସେନା ପକ୍ଷରୁ ଫାୟାରିଂ କରାଯାଇଥିଲା । ଯାହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।