ଇରାନରୁ ଇଣ୍ଡିଗୋ ବିମାନ ଯୋଗେ ନୂଆଦିଲ୍ଲୀ ଆସିଲେ ୧୧୦ ଭାରତୀୟ ଛାତ୍ର
ବର୍ତ୍ତମାନ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିଥିବା ପରିପ୍ରେକ୍ଷୀରେ ଭାରତ ସରକାର ‘ଅପରେସନ ସିନ୍ଧୁ’ ଜରିଆରେ ଇରାନରେ ଅଧ୍ୟୟନରତ ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣୁଛନ୍ତି। ବୁଧବାର ୧୧୦ ଭାରତୀୟ ଛାତ୍ର ଦୋହାରୁ ଇଣ୍ଡିଗୋ ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ଜାମ୍ମୁ-କାଶ୍ମୀରର ୯୦ ଛାତ୍ରଛାତ୍ରୀ ସାମିଲ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବାପରେ ୯୦ ଛାତ୍ରଛାତ୍ରୀଙ୍କୁ ଶ୍ରୀନଗର ପଠାଯିବାର ବ୍ୟବସ୍ଥା କରାଯାଉଛି। ଏହି ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସ୍ବଦେଶ ଅଣାଯାଉଥିବା ପ୍ରକାଶ। ସ୍ବଦେଶ ଫେରିଆସିଥିବାରୁ ଜାମ୍ମୁ-କାଶ୍ମୀର ଛାତ୍ର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଇରାନରେ ଅଟକିଥିବା ଅନ୍ୟ ଭାରତୀୟ ଛାତ୍ରଙ୍କୁ ଖୁବ୍ଶୀଘ୍ର ସ୍ବଦେଶ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଛି।