ଶରଦ-ଉଦ୍ଧବଙ୍କୁ ଭେଟିଲେ ନୀତିଶ କୁମାର

ମୁମ୍ବାଇ:  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସେ ଉଦ୍ଧବ ଓ ଶରଦଙ୍କୁ ସାକ୍ଷାତ କରିଛନ୍ତି ।  ଦେଶର ଅଧିକରୁ ଅଧିକ ଦଳ ଏକାଠି ହୁଅନ୍ତୁ, ସମସ୍ତେ ଏକାଠି ମିଶି ଲଢିବା ବୋଲି କହିଛନ୍ତି ନୀତୀଶ କୁମାର ।  ବିଜେପିକୁ ଶାସନରୁ ହଟାଇବାକୁ ବିହାର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ମିଳିଥିବାରୁ ଧନ୍ୟବାଦ ଜଣାଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ।