ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ହୁସେନ ରାଣାର ଏନଆଇଏ ହେପାଜତ ୧୨ ଦିନ ବୃଦ୍ଧି
୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ହୁସେନ ରାଣାଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରାଯାଇଥିବା ବେଳେ ଆଜି ତାଙ୍କୁ ସ୍ୱତନ୍ତ୍ର ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) କୋର୍ଟରେ ହାଜର କରାଯାଇଛି। କୋର୍ଟ ରାଣାଙ୍କ ଏନଆଇଏ ହେପାଜତକୁ ଆଉ ୧୨ ଦିନ ବୃଦ୍ଧି କରିଛନ୍ତି। ୧୮ ଦିନିଆ ଏନଆଇଏ ରିମାଣ୍ଡ ଶେଷ ହେବା ଆଜି ପୁଣି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ରାଣାଙ୍କୁ ସ୍ୱତନ୍ତ୍ର ଏନଆଇଏ ଜଜ୍ ଚନ୍ଦର ଜିତ୍ ସିଂହଙ୍କ ନିକଟରେ ହାଜର କରାଯାଇଥିବା ବେଳେ ବରିଷ୍ଠ ଆଇନଜୀବୀ ଦୟାନ କ୍ରିଷ୍ଣନଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ କୋର୍ଟରେ ହାଜର ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ଆଇନ ସେବା ପ୍ରାଧିକରଣ ଦ୍ୱାରା ନିଯୁକ୍ତ ଆଇନଜୀବୀ ପୀୟୂଷ ସଚଦେବ ତହୱୁର ରାଣାଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିବେ।ଦିଲ୍ଲୀ ଆଇନ ସେବା ପ୍ରାଧିକରଣ ତହୱୁର ରାଣାଙ୍କ ପ୍ରତିନିଧିତ୍ୱ କରିବେ। ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ରାଣାଙ୍କୁ ଦିଲ୍ଲୀସ୍ଥିତ ଏନଆଇଏ କାର୍ଯ୍ୟାଳୟରେ ପଚରାଉଚରା କରିବାର କିଛି ସମୟ ପରେ ଏହି ଶୁଣାଣି ହୋଇଛି, ଯେଉଁଠାରେ ରାଣା ଅସହଯୋଗ କରିଥିଲେ ଏବଂ ଆଠ ଘଣ୍ଟାର ପଚରାଉଚରା ଅଧିବେଶନରେ ସେ ଠିକ ଉତ୍ତର ଦେଇ ନ ଥିଲେ। ୨୬/୧୧ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଡେଭିଡ୍ କୋଲମ୍ୟାନ୍ ହେଡଲିଙ୍କ ଘନିଷ୍ଠ ସହଯୋଗୀ ରାଣାଙ୍କୁ ଚଳିତ ମାସ ୪ ତାରିଖରେ ପ୍ରତ୍ୟର୍ପଣ ବିରୋଧରେ ଆମେରିକାର ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନ୍ ଖାରଜ କରିବା ପରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା। ତାଙ୍କ ପ୍ରତ୍ୟର୍ପଣ ୨୦୦୮ ମୁମ୍ବାଇ ଆକ୍ରମଣର ତଦନ୍ତ କରୁଥିବା ଏଜେନ୍ସିଗୁଡିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଥିଲା। ସେହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା।