ମୁଖତାର୍ ଅନସାରୀକୁ ମିଳିଲା ୧୦ବର୍ଷ ଜେଲଦଣ୍ଡ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର  ମୁଖତାର୍ ଅନସାରୀକୁ ମିଳିଲା ୧୦ବର୍ଷ ଜେଲ ଦଣ୍ଡ।  ଗାଜିପୁରର  କୋର୍ଟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀକୁ ଅପହରଣ ଓ ହତ୍ୟା ମାମଲାରେ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନଭେମ୍ବର ୨୯, ୨୦୦୫ରେ ପୂର୍ବାଚଲରେ  ଏହି ହତ୍ୟା ଗାଜୀପୁରର ମହମ୍ମଦାବାଦରୁ ବିଜେପି ବିଧାୟକ ଥିବା କୃଷ୍ଣାନନ୍ଦ ରାୟଙ୍କର ଥିଲା। ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ସମେତ ୭ଜଣଙ୍କୁ ମହମ୍ମଦାବାଦର ବସନିଆ ଚଟ୍ଟିରେ ଗୁଳି କରି ହତ୍ୟା କରାଯାଇଥିଲା। ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଏମପି-ଏମଏଲଏ କୋର୍ଟ ମୁଖତାର୍ ଅନସାରୀ ବିରୋଧରେ ଏହି ରାୟ ଶୁଣାଇଛନ୍ତି ଏବଂ ତାକୁ ୫ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ୫ଥର ବିଧାୟକ ହୋଇଥିବା ମୁଖତାର ଅନସାରୀ ଉପରେ  ୨୦୦୫ରେ ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କ ହତ୍ୟା ଆରୋପ  ଲାଗିଥିଲା।