ଆପ ଛାଡ଼ି ପଦ୍ମ ଧରିବା ପରେ ଇନଷ୍ଟାରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା 

ଇନଷ୍ଟାରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା  ।  ଆପ ଛାଡ଼ି ପଦ୍ମ ଧରିବା ପରେ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଫଲୋୟର୍ସ ସଂଖ୍ୟାରେ ବଡ଼ ହ୍ରାସ ଘଟିଛି  ।  ପାର୍ଟି ପରିବର୍ତ୍ତନ ପରେ ତାଙ୍କର ଇନଷ୍ଟାଗ୍ରାମ୍ ଫଲୋଅର୍ସ ସଂଖ୍ୟା ଏକ ମିଲିୟନ କମିଛି ।  ପୂର୍ବରୁ ସାଂସଦ ରାଘବ ଚଢ଼ାଙ୍କର ଇନଷ୍ଟାଗ୍ରାମ୍ ଫଲୋଅର୍ସ ସଂଖ୍ୟା ପ୍ରାୟ ୧୪.୬ ମିଲିୟନ୍ ଅର୍ଥାତ ୧ କୋଟି ୪୬ ଲକ୍ଷ ଥିଲା ।

ଗୋଟିଏ ଦିନ ମଧ୍ୟରେ ପ୍ରାୟ ୧ ମିଲିୟନ୍ ଅର୍ଥାତ ୧୦ ଲକ୍ଷ ଫଲୋଅର୍ସ କମିଯାଇଛନ୍ତି ।  ଏତେ ଫଲୋଅର୍ସ କମିଲେ କାହିଁକି  ?  ପୂର୍ବରୁ ରାଘବ ଚଢ଼ା AAPରେ ଥିବା ବେଳେ ଯୁବବର୍ଗ ଓ ଜେନ୍-ଜେଡ୍ (Gen Z)ଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ଥିଲେ ।  ତାଙ୍କୁ ସେମାନେ ଅନୁସରଣ କରୁଥିଲେ ।  ହେଲେ ବିଜେପିରେ ତାଙ୍କର ଯୋଗଦାନକୁ ଅନେକ ସମର୍ଥକ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ପ୍ରତିବାଦ ସ୍ୱରୂପ ଇନଷ୍ଟାରେ ତାଙ୍କୁ ଅନଫଲୋ କରୁଛନ୍ତି ।  କେବଳ ଏତିକି ନୁହେଁ ସୋସିଆଲ୍ ମିଡିଆରେ ତାଙ୍କୁ ଖୁବ ଟ୍ରୋଲ୍ କରାଯାଉଛି ।  କିଛି ସପ୍ତାହ ପୂର୍ବରୁ ରାଘବ ଚଢ଼ାଙ୍କୁ ରାଜ୍ଯସଭାରେ ଆପର ରାଜ୍ୟସଭା ଉପନେତା ପଦରୁ ହଟାଇ ଅଶୋକ ମିତ୍ତଲକୁ ଦାୟିତ୍ବ ଦିଆଯାଇଥିଲା ।  ଏହାପରେ ଗତକାଲି ରାଘବଙ୍କ ସମେତ ୭ ସାଂସଦ ଆପ ଛାଡ଼ି ବିଜେପିରେ ସାମିଲ ହେବା ଯୋଗୁ ଆମ ଆଦମୀ ପାର୍ଟିକୁ ଶକ୍ତ ଧକ୍କା ଲାଗିଛି  ।

Leave a comment