ମେକ୍ସିକୋରେ ଗୁଳିମାଡ଼, ମେୟରଙ୍କ ସମେତ ୧୮ ମୃତ

ମେକ୍ସିକୋମେକ୍ସିକୋରେ କିଛି ଦୃବୃତ୍ତଙ୍କ ଗୁଳିମାଡ଼ରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମେକ୍ସିକୋର ସାନ୍ ମିଗୁଏଲ ଟୋଟଲାପନ ସ୍ଥିତ ସିଟି ହଲ୍ ଏବଂ ନିକଟରେ ଥିବା ଏକ ଘର ଉପରକୁ କିଛି ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଥିଲାବେଳେ ଏଥିରେ ମେୟରଙ୍କ ସମେତ 18 ଜଣଙ୍କର ଜୀବନ ଯାଇଛି। ଏହି ଗୁଳିମାଡ଼ରେ ସହରର ମେୟର କନରାଡୋ ମେଣ୍ଡୋଜାଙ୍କ ମ୍ୟୁତ୍ୟୁ ହୋଇଥିବା କୁହାଯାଇଛି । ଲସ୍ ଟେକ୍ୟୁଲରସ୍ ସଂଗଠନ ଏହି ଆକ୍ରମଣକୁ ନିଜ ମୁଣ୍ଡ ଉପରକୁ ନେଇଛି। ମେୟର କନରାଡୋ, ତାଙ୍କର ବାପା ତଥା ପୂର୍ବତନ ମେୟର ଜୁଆନ ମେଣ୍ଡୋଜା ଏବଂ ଅନ୍ୟ ସାଧାରଣ ଲୋକ ରହିଛନ୍ତି। ଏହି ଆକ୍ରମଣ ପରେ ଘଟଣାସ୍ଥଳକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରିଦିଆଯାଇଛି। ମେୟରଙ୍କ ମୃତ୍ୟୁ ପରେ ପିଆରଡି ରାଜନୈତିକ ଦଳ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ନ୍ୟାୟ ଦାବି କରିଛି।

ଏହି ଘଟଣା ପରେ ପୋଲିସ ଆକ୍ରମଣକାରୀଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲା। ହେଲେ ସେମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଛନ୍ତି।