ମନୀଷ ସିସୋଦିଆଙ୍କ ଅଡ଼ୁଆ ବଢ଼ୁଛି!

ନୂଆଦିଲ୍ଲୀ: ମଦ ଦୁର୍ନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚା । କଟର ଇମାନଦାରୀ ଦଳ କୁହାଯାଇଥିବା ଆପ ଏବେ ମଦ ଦୁର୍ନୀତିରେ ଛନ୍ଦି ହୋଇଯାଇଛି । ହାଇକୋର୍ଟରେ ଜାମିନ ପାଇଁ ମନୀଷ ସିସୋଦିଆ ଗୁହାରି କରିଥିବା ବେଳେ ସିବିଆଇ କିନ୍ତୁ ମନିଷଙ୍କୁ ଜାମିନ ନଦେବା ପାଇଁ ବଳିଷ୍ଠ ଯୁକ୍ତି ରଖିଛି । ସେପଟେ ଆପର କିଛି ନେତା ମଧ୍ୟ କହୁଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରିବା ପାଇଁ ସିବିଆଇ କେନ୍ଦ୍ରର ଚାପରେ ଲାଗିପଡିଛି । ମଦ ଦୁର୍ନୀତିରେ  ମନୀଷ ମୁଖ୍ୟ ଷଡଯନ୍ତ୍ରକାରୀ ଥିବା ବେଳେ ଅନେକ ଅଫିସର ଏବେ ଜେଲରେ ଅଛନ୍ତି। ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନକୁ ବିରୋଧ କରୁଥିବାବେଳେ ସିବିଆଇ ଏହି ଯୁକ୍ତି ଦର୍ଶାଇଛି। ସେପଟେ କେଜରିଓ୍ବାଲଙ୍କୁ 9 ଘଂଟା ଜେରା କରିଛି ସିବିଆଇ । ଏହି ମଦ ଦୁର୍ନୀତିରେ ଦଳ ଆର୍ଥିକ ଲାଭ ପାଇଁ ନିୟମ ବାହାରେ ସବୁ କାର୍ଯ୍ୟ କରାଯାଇଥିବା ସିବିଆଇ କହିଛି ।  ଅନୁସନ୍ଧାନ ସମୟରେ ସିସୋଦିଆ କୈାଣସି ପ୍ରଶ୍ନର ଉତ୍ତର ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।  ନୂଆ ମଦ ନୀତିରେ ମଦ ବେପାରୀଙ୍କୁ ଲାଭ ଦେବାକୁ ଯାଇ ଦଳ ବିପୁଳ ଧନ ସଂଗ୍ରହ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଦୁର୍ନୀତି ଏବେ ଯାଏଁ ପ୍ରମାଣିତ ହୋଇନାହିଁ ।