ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବଶରୀର

ପଞ୍ଚଭୂତରେ ଲୀନ ହେଲେ ମନମୋହନ। ଲୁହ ଭରା ଆଖିରେ ସଂସାରର ସଂସ୍କାରକୁ ବିଦାୟ ଦେଲେ ଦେଶବାସୀ।  ଗୁରୁବାର ରାତିରେ ୯୨ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ତାଙ୍କ ଝିଅ ଆସିପାରିନଥିବାରୁ ଶୁକ୍ରବାର ପରିବର୍ତ୍ତେ ଆଜି ତାଙ୍କର ଶେଷକୃତ୍ୟ ହୋଇଛି। ଶେଷକୃତ୍ୟ ପାଇଁ ଦିନ ୧୦ଟା ପରେ ତାଙ୍କ ପାର୍ଥିବ ଶରୀର ସର୍ବ ଭାରତୀୟ କଂଗ୍ରେସ କମିଟି ମୁଖ୍ୟାଳୟରୁ ବାହାରି ଶ୍ମଶାନରେ ପହଞ୍ଚିଥିଲା।

ନୂଆଦିଲ୍ଲୀର ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଅନ୍ତିମ ଦର୍ଶନ ପାଇଁ ଅନ୍ୟ ବରିଷ୍ଠ କଂଗ୍ରସ ନେତା ପହଞ୍ଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଅନ୍ତିମ ଦର୍ଶନ ପାଇଁ ଶ୍ମଶାନରେ ପହଞ୍ଚିଥିବା ଦେଖାଯାଇଥିଲା। ରାଜକୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ସାମ୍ନାକୁ ଆସିଛି।