କର୍ଣ୍ଣାଟକରେ କାହାକୁ ମିଳିବ ସର୍ବାଧିକ ଆସନ ?

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ କି? ନା କଂଗ୍ରେସ ସରକାର ଗଠନ କରିବ । କି ବିଜେପି ସରକାର ଗଠନ କରିବ । ନା ଝୁଲା ବିଧାନସଭା ହେବ, ତାକୁ ନେଇ ସାରା ଗଣମାଧ୍ୟମରେ ଚର୍ଚା ହେଉଛି ।  ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ କିଏ ସରକାର ଗଢ଼ିବ, ତାହାକୁ ନେଇ ମତ ଭିନ୍ନ ହେଉଛି ।  ବିଜେପି ଏଥର ମଧ୍ୟ କଂଗ୍ରେସ ସହ  କଡ଼ା ମୁକାବିଲା କରୁଛି ।  ସର୍ଭେରୁ ଜଣାପଡ଼ୁଛି ଯେ ରାଜ୍ୟରେ ଏଥର କାହାକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ।  ଏଥର ଅଧିକ ଆସନ କଂଗ୍ରେସକୁ ମିଳିବ କି ବିଜେପିକୁ ତାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ସର୍ଭେ ଭିନ୍ନ କଥାକ କହୁଛି । କିଛି କହୁଛନ୍ତି କ୍ଷମତାସୀନ ବିଜେପି ଦୁଇ ନମ୍ବରକୁ ଖସି ଆସିବ  ।  ୮ଟି ସଂସ୍ଥା କଂଗ୍ରେସ ସପକ୍ଷରେ ରିପୋର୍ଟ ଦେଇଥିବା ବେଳେ ଦୁଇଟି ସଂସ୍ଥା ବିଜେପି ଅଧିକ ଆସନ ପାଇବ ବୋଲି କହିଛନ୍ତି।  ଆସନ୍ତା ୧୩ ତାରିଖରେ ଭୋଟ୍‌ ଗଣତି ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ ଝୁଲା ବିଧାନସଭା ହେବ କି କିଏ ସରକାର ଗଠନ କରିବ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ସରକାର ଗଠନ ପାଇଁ ନମ୍ବର ରହିଛି ୧୧୩। ଏବିପି ନ୍ୟୁଜ-ସି-ଭୋଟର ସର୍ଭେରେ କଂଗ୍ରେସକୁ ୧୦୦ରୁ ୧୧୨ ଆସନ ମିଳୁଥିବାବେଳେ ବିଜେପି ୮୩ରୁ ୯୫ ଆସନ ମଧ୍ୟରେ ସୀମିତ ହୋଇପାରେ । ନ୍ୟୁଜ ୨୪-ଟୁଡେ ଚାଣକ୍ୟ ସର୍ଭେ କହୁଛି, କଂଗ୍ରେସକୁ ୧୨୦ ଆସନ, ବିଜେପିକୁ ୯୨, ଜେଡିଏସକୁ ୧୨ ଟି ଆସନ ମିଳିପାରେ । ଇଣ୍ଡିଆ ଟୁଡେ-ଆକ୍ସିସ ଇଣ୍ଡିଆ ସର୍ଭେରେ କଂଗ୍ରେସକୁ ୧୨୨ରୁ ୧୪୦ଟି ଆସନ ମିଳିବା ନେଇ ଆକଳନ କରାଯାଇଛି।  ୬୨ରୁ ୮୦ଟି ଆସନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିପାରେ ।  କୁମାରସ୍ବାମୀଙ୍କ ଦଳକୁ ମାତ୍ର ୨୦ରୁ ୨୫ ଆସନ ମିଳିବା ନେଇ ଆକଳନ କରାଯାଉଛି । ସେହିପରି ଜି ନ୍ୟୁଜ-ମାଟ୍ରିକ୍ସ ସର୍ଭେରେ କଂଗ୍ରେସକୁ ୧୦୩ରୁ ୧୧୮ ଆସନ ମିଳୁଥିବାବେଳେ ବିଜେପିକୁ ୭୯ରୁ ୯୪ ଆସନ ମିଳିପାରେ। ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେରେ କଂଗ୍ରେସକୁ ୧୧୦ରୁ ୧୨୦ ଆସନ ମିଳୁଥିବାବେଳେ ତିନି ଅଙ୍କ ଛୁଇଁପାରୁନି ବିଜେପି ।