ବେରୋଜଗାରୀ ଓ ଋଣ ଭାର ବୁଡ଼ାଇ ଦେଲା ବଂଶ, 2 ଛୁଆଙ୍କୁ ମାରିବା ଜୀବନ ହାରିଲେ ସ୍ବାମୀ – ସ୍ତ୍ରୀ
ବେରୋଜଗାରୀ ଓ ଋଣ ଭାର ବୁଡ଼ାଇ ଦେଲା ବଂଶ। ଦୈନନ୍ଦିନ ଖର୍ଚ୍ଚ ଉଠାଇବା କଷ୍ଟ ହେବାରୁ ଜୀବନ ହାରିଲେ ଦମ୍ପତି। ପ୍ରଥମେ ନିଜ ପୁଅ-ଝିଅଙ୍କ ଗଳା ଚିପି ହତ୍ୟା କରିବା ପରେ ସ୍ବାମୀ-ସ୍ତ୍ରୀ ଜୀବନ ହାରିଥିବା ଜଣାଯାଇଛି। ଏନେଇ ଖବର ମିଳିବା ପରେ ପୁଲିସ ୪ଟି ମୃତଦେହ ଜବତ କରିଛି। ମୃତକଙ୍କମାନେ ହେଲେ ଚନ୍ଦ୍ରଶେଖର ରେଡ୍ଡୀ(୪୪) ଓ କବିତା ରେଡ୍ଡୀ(୩୫)। ମୃତ ପୁଅ-ଝିଅଙ୍କ ବୟସ ଯଥାକ୍ରମେ ୧୦ ଓ ୧୩ଥିଲା ବୋଲି କହିଛି ପୁଲିସ।
ପୋଲିସ କହିଛି ଯେ, ଚନ୍ଦ୍ରଶେଖର ପୂର୍ବରୁ ଏକ ଘରୋଇ କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୨୩ ପରଠାରୁ ସେ ବେରୋଜଗାର ଥିଲେ। ଧୀରେ ଧୀରେ ପାଖରେ ଥିବା ଟଙ୍କା ସରିବାରୁ ଚିନ୍ତାରେ ପଡ଼ିଥିଲେ ଚନ୍ଦ୍ରଶେଖର। ଶେଷରେ ସେ ଜୀବନ ହାରିବା ଉଚିତ୍ ହେବ ବୋଲି ଭାବି ନେଇଥିଲେ। ଘଟଣାଟି ସୋମବାର ଘଟିଥିବା ବେଳେ ଏବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।