ଜାମ୍ମୁ-କାଶ୍ମୀରରେ ଆଉ ୩ ଆତଙ୍କବାଦୀଙ୍କ ଘର ଭାଙ୍ଗିଛି ସେନା
ଜାମ୍ମୁ-କାଶ୍ମୀରରେ ଆଉ ୩ ଆତଙ୍କବାଦୀଙ୍କ ଘର ଭାଙ୍ଗିଛି ସେନା। ସ୍ଥାନୀୟ ପ୍ରଶାସନ ସହାୟତାରେ ବାନ୍ଦିପୋରା, ପୁଲଓ୍ବାମା ଏବଂ ସୋପିଆନ ଅଞ୍ଚଳରେ ଥିବା ଏହି ୩ ଆତଙ୍କବାଦୀଙ୍କ ଘରକୁ ମାଟିରେ ମିଶାଯାଇଛି। ପହଲଗାଓଁ ଆକ୍ରମଣ ପରେ ପ୍ରଶାସନ ଏବଂ ସେନାର କାର୍ଯ୍ୟାନୁଷ୍ଠାନ ସ୍ଵରୂପ ମୋଟ ୯ ଜଣ ଆତଙ୍କବାଦୀଙ୍କ ଘରକୁ ଭାଙ୍ଗି ଦିଆଯାଇଛି।
ସୋପିଆନ ଜିଲାର ଓ୍ବାନ୍ଦିନା ଗ୍ରାମରେ ଅଦନାନ ଶାଫି ନାମକ ଆତଙ୍କୀର ଘର ଭଙ୍ଗାଯାଇଛି। ଅଦନାନ ଗତବର୍ଷ ଆତଙ୍କବାସୀ ସଂଗଠନରେ ସାମିଲ ହୋଇଥିଲା। ସେହିପରି ପୁଲଓ୍ବାମାରେ ଆମିର ନାଜିର ନାମକ ଆତଙ୍କୀର ଘର ଭଙ୍ଗାଯାଇଥିବାବେଳେ ବାନ୍ଦିପୋରାରେ ଲଶ୍କର ଆତଙ୍କୀ ଜମିଲ ଅହମ୍ମଦ ଶେରଗୋଜରି ଘରକୁ ଭଙ୍ଗାଯାଇଛି। ଆମିର ୨୦୧୬ରେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା।