ଝାଡ଼ଖଣ୍ଡରେ ବହୁ ଆଗରେ ଇଣ୍ଡି ମେଣ୍ଟ , ଜେଏମଏମ- କଂଗ୍ରେସ ପୁଣି ଗଢ଼ିବ ସରକାର

ଓଡ଼ିଆ ଝିଅ ହେବେ ମୁଖ୍ୟମନ୍ତ୍ରୀ!

ଝାଡ଼ଖଣ୍ଡରେ ଏଥର କଂଗ୍ରେସ ଏବଂ ଜେଏମଏମ୍ ମେଣ୍ଟର ବିପୁଳ ବିଜୟ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ସ୍ତ୍ରୀ କଳ୍ପନା ସୋରେନଙ୍କୁ ଝାଡ଼ଖଣ୍ଡବାସୀ ପୁଣି ପସନ୍ଦ କରିଛନ୍ତି ।  ସୁମାର ଗୋଣ୍ଡେୟ ବିଧାନସଭା ଆସନରେ ବହୁ ରାଉଣ୍ଡ ଆଗରେ ଅଛନ୍ତି କଳ୍ପନା । ତାଙ୍କ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ମୁନିୟା ଦେବୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ଆସନ ଜିତିବା ପାଇଁ କଳ୍ପନାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଆରମ୍ଭରୁ କଳ୍ପନା ଏହି ଆସନରେ ହଜାର ଭୋଟରେ ପଛରେ ପଡ଼ିଥିଲେ, କିନ୍ତୁ ଶେଷରେ ସେ ବିଜୟୀ ହୋଇଛନ୍ତି। କଳ୍ପନାଙ୍କୁ ବର୍ତ୍ତମାନ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଗେମ୍‌ ଚେଞ୍ଜର ଭାବରେ ବିବେଚନା କରାଯାଉଛି।

ଏଥର ପୁଣି ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ଦଳ ବିଜେପିକୁ ପଛରେ ପକାଇଛି ।ତେବେ ଏଠାରେ ବହୁମତ ପାଇଁ ୪୨ ଆସନ ଆବଶ୍ୟକ ଥିବାବେଳେ, ବହୁମତଠାରୁ ଆଗରେ ପଚାଶରୁ ଅଧିକ ଆସନରେ ଆଗରେ ରହିଛି ଇଣ୍ଡି ମେଣ୍ଟ । ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ୟ୍ୟାୟରେ ଭୋଟ୍ ପଡିଥିଲା । ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ । ଏଠାରେ ବିଜେପି ଏବଂ ଏଜେଏସୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ, ଜେଏମଏମ୍ ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢୁଥିଲେ ।