ଗୁଜରାଟ-ହିମାଚଳ ରେ ନିର୍ବାଚନ ପୂର୍ବରୁ ଓପିନିୟନ ପୋଲ

ଗୁଜରାଟରେ ପୁଣି ସରକାର ଗଠନ କରିବ ବିଜେପି । ଓପିନିୟନ ପୋଲରେ ଲୋକମାନେ ଏହି ସୂଚନା ଦେଇଛନ୍ତି । ବିଜେପିକୁ କ୍ଷମତାରୁ ହଟାଇପାରିବ ନାହିଁ କଂଗ୍ରେସ । ଏଥର ନିର୍ବାଚନରେ ୧୮୨ ଆସନରୁ ବିଜେପି ୧୨୫-୧୩୧ ଭିତରେ ଆସନ ପାଇ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଜିତିବା ଟାଇମସ ନାଓ ନବଭାରତ ଜନମତରୁ ଜଣାପଡ଼ିଛି।

ସବୁଠୁ ବଡ଼ କଥା ହେଲା ଆପ ମଧ୍ୟ କଂଗ୍ରେସ ପଛରେ ରହିବ । ଅରବିନ୍ଦ କେଜରିଓ୍ବାଲ ସରକାର ଗଠନ କରିବା ପାଇଁ ଯେଉଁ ଯୁକ୍ତି ରଖୁଛନ୍ତି ତାହା ଗ୍ରହଣୀୟ ହେବନାହିଁ ବୋଲି ସର୍ଭେରେ ପ୍ରକାଶ ପାଇଛି । ସର୍ଭେ ଅନୁସାରେ ଏଠାରେ କଂଗ୍ରେସକୁ ୨୯ରୁ ୩୩ ଏବଂ ଆମ୍ ଆଦ୍‌ମୀ ପାର୍ଟିକୁ ୧୮ରୁ ୨୨ ସିଟ୍ ମିଳିପାରେ। ଅନ୍ୟାନ୍ୟ ଦଳ ବା ସ୍ବାଧୀନ ୨ରୁ ୪ ଆସନ ପାଇପାରନ୍ତି।

ସେଭଳି ହିମାଚଳପ୍ରଦେଶରେ ମୋଟ ୬୮ ଆସନରୁ ବିଜେପି ୩୮ରୁ ୪୨ ଭିତରେ ଆସନ ପାଇବ ବୋଲି ଜନମତ ସର୍ଭେରୁ ଜଣାପଡ଼ିଛି। ଏଠାରେ କଂଗ୍ରେସକୁ ୨୫ରୁ ୨୯ ଏବଂ ଆପ୍‌କୁ ୦ରୁ ୧ ସିଟ୍ ମିଳିପାରେ। ଅନ୍ୟାନ୍ୟ ଦଳ ବା ସ୍ବାଧୀନ ୧ରୁ ୨ ଆସନ ପାଇପାରନ୍ତି। ଏଥର ହିମାଚଳରେ ବିଜେପିକୁ ସବୁଠୁ ଅଧିକ ୪୭ ପ୍ରତିଶତ ଭୋଟ ମିଳିବ।